ଓଡିଶା

odisha

ETV Bharat / bharat

ଦନ୍ତେୱାଡା ବିଜେପି ବିଧାୟକଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଷଡ଼ଯନ୍ତ୍ର: ଅମିତ ଶାହ - dantewada

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କଲେ ଅମିତ ଶାହ । କହିଲେ ଦନ୍ତେୱାଡା ମାଓବାଦୀ ହିଂସା କାଣ୍ଡରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କ ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର । ଏଥିପ୍ରତି ସିବିଆଇ ଯାଞ୍ଚ କରିବା ଆବଶ୍ୟକ ।

ଫାଇଲ ଫଟୋ

By

Published : Apr 13, 2019, 12:35 PM IST

ରାୟପୁର: ଦନ୍ତେୱାଡାରେ ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା ନେଇ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ସେ କହିଛନ୍ତି ଭୀମାଙ୍କ ମୃତ୍ୟୁ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି । ଏହାସହ ସେ ଦାବି କରି କହିଛନ୍ତି, ବିଜେପି ରାଜ୍ୟର ସମସ୍ତ 11ଟି ଆସନରେ ବିଜୟ ଲାଭ କରିବ ।

ଗତଥର ବିଧାନସଭା ନିର୍ବାଚନରେ ବିଜେପିକୁ 90 ଆସନରୁ ମାତ୍ର 15 ଆସନରେ ସଫଳତା ମିଳିଥିଲା। ଶୁକ୍ରବାର ଶାହ ରାଜନନ୍ଦଗାଁଓ ଜିଲ୍ଲାର ଡୋଙ୍ଗରଗାଁରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଯାଇ ଏଭଳି ବୟାନ ଦେଇଥିଲେ । ସେ କହିଛନ୍ତି 2014 ମସିହାରେ ବିଜେପି 10 ଲୋକସଭା ଆସନରେ ଜିତିଥିଲା । ଚଳିତଥର ମଧ୍ୟ ବିଜେପି ରାଜ୍ୟର ସମସ୍ତ 11ଟି ଆସନ ହାସଲ କରିବ ।

ସୂଚନା ଥାଉକି, ଏପ୍ରିଲ 9 ତାରିଖରେ ଦନ୍ତେୱାଡାରେ ଘଟିଥିବା ମାଓ ହିଂସାକାଣ୍ଡରେ ମୃତ ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅମିତ ଶାହ କହିଛନ୍ତି ଯେ, ଏହା ସାମାନ୍ୟ ଘଟଣା ନୁହେଁ ବରଂ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଆଭାଷ ହେଉଛି । ଏହି ମାମଲାରେ ସିବିଆଇ ଯାଞ୍ଚ ହେବା ନିହାତି ଦରକାର ।

ଏହାସହ ବର୍ତ୍ତମାନର ସରକାର ଭୁପେଶ ବାଘେଲଙ୍କୁ ଅମିତ ଶାହା ପୁଣି ଟାର୍ଗେଟ କରିଛନ୍ତି । ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ବାଘେଲ କ୍ଷମତାକୁ ଆସିବା ପରେ ସିବିଆଇକୁ ରାଜ୍ୟରେ ଯାଞ୍ଚ କରିବାକୁ ମନା କଲେ। ଯେତେବେଳେ କି ଏଠାରେ 15 ବର୍ଷ ପର୍ଯ୍ୟନ୍ତ ରମଣ ସିଂଙ୍କ ସରକାର କେବେ ମଧ୍ୟ ଏଭଳି କରିନାହାଁନ୍ତି । ଏହା ଦ୍ବାରା ଗୋଟେ କଥା ସ୍ପଷ୍ଟ ହେଉଛି ଯେ, ଦନ୍ତେୱାଡା ବିଧାୟକଙ୍କ ମୃତ୍ୟୁ ମାମଲା ପଛରେ ନିଶ୍ଚୟ ରାଜନୈତିକ ଷଡଯନ୍ତ୍ର ଥିଲା ।

ABOUT THE AUTHOR

...view details