ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମହିଳାଙ୍କ ପ୍ରତି ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପିରେ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମେରଟରେ ସପ୍ତାହେ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଶାରଦୀୟ ନବରାତ୍ରି ଠାରୁ ଆରମ୍ଭ କରି ବାସନ୍ତିକ ନବରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ବତନ୍ତ୍ର ଅଭିଯାନ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଶିଳ୍ପ କ୍ଷେତ୍ର, ବିଦ୍ୟାଳୟ, ସରକାରୀ ବିଭାଗ, ଦୁର୍ଗା ପଣ୍ଡାଲ, ରାମଲୀଳା ମଞ୍ଚ ପର୍ଯ୍ୟନ୍ତ ମହିଳାଙ୍କ ପ୍ରତି ସୁରକ୍ଷା ତଥା ସମ୍ମାନ ନେଇ ସଚେତନ କରାଇବ ।
ମହିଳାଙ୍କ ସୁରକ୍ଷା ପାଇଁ ୟୁପି ସରକାରଙ୍କ ‘ମିଶନ ଶକ୍ତି’ - women security in uttarpradesh
ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପିରେ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ:

‘ମିଶନ୍ ଶକ୍ତି’ ଅଧୀନରେ ପୋଲିସ୍ ଷ୍ଟେସନରେ ମହିଳା ହେଲ୍ପ ଡେସ୍କ ନିର୍ମାଣ କରାଯାଉଛି । ମହିଳା ଡେସ୍କରେ ମହିଳା ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ମେରଟର ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଏକ ସପ୍ତାହ କାର୍ଯ୍ୟକ୍ରମରେ ମହିଳାଙ୍କ ସମସ୍ୟା, ମହିଳାଙ୍କ ସୁରକ୍ଷା ଭଳି ବିଷୟ ଉପରେ ଧ୍ୟାନ ଦିଆଯିବ। ଏହାସହିତ ପୋଲିସ ଷ୍ଟେସନରେ ମହିଳା ହେଲ୍ପ ଡେସ୍କରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶକ୍ତିଶାଳୀ ମହିଳା ଏକ ସମୃଦ୍ଧ ସମାଜର ଆଧାର । ରାଜ୍ୟର ପ୍ରତ୍ୟେକ ଝିଅ ଏବଂ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇ ‘ମିଶନ ଶକ୍ତି’କୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଏକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି।