ଲକ୍ଷ୍ନୌ: କୋରୋନା ସଙ୍କଟ ସମୟରେ ଉତ୍ତରପ୍ରଦେଶରେ ମଧ୍ୟ ରାଜନୀତି ଜାରି ରହିଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ରାଏବରେଲିରେ ଶନିବାର ସୋନିଆ ଗାନ୍ଧୀ 'ନିଖୋଜ' ପୋଷ୍ଟର ଲଗାଯାଇଥିଲା
ଏହି ପୋଷ୍ଟରରେ ସୋନିଆ ଗାନ୍ଧୀ ନିର୍ବାଚନମଣ୍ଡଳୀବାସୀଙ୍କ ପାାଇଁ ଏଭଳ୍ ସମୟରେ ବାହାରକୁ ଆସିବା ନେଇ ପ୍ରଶ୍ନ ଉଠିଛି। ପୋଷ୍ଟରର ଆଖ୍ୟା ହେଉଛି 'ଚିଠି ନା କୋଇ ସନ୍ଦେଶ' | କେବଳ ଏତିକି ନୁହେଁ, ପୋଷ୍ଟରରେ କଂଗ୍ରେସ ସଭାପତି, ଅନ୍ୟତମ ଧନୀ ସାଂସଦ ମଧ୍ୟ ନିର୍ବାଚନମଣ୍ଡଳୀରେ ଆର୍ଥିକ ସହାୟତା କରିନଥିବାକୁ ନେଇ ପ୍ରଶ୍ନ ପଚରାଯାଇଛି । ପୋଷ୍ଟରରେ ଏହା ଆହୁରି ଲେଖାଯାଇଛି ଯେ "ତୁହ୍ମାରା ହାତ, ନେହିଁ ହମାରା ସାାଥ, ସବସେ ବଡା ଭୁଲ, ତୁମକୋ କିୟା କବୁଲ" ।
ଘଟଣାରୁ ପ୍ରକାଶ, ଶୁକ୍ରବାର ଦିନ ସୋନିଆ ଗାନ୍ଧୀ ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ କୋରୋନୋ ଭାଇରସ୍ ମୁକାବିଲା ପାଇଁ MPLAD ଯୋଜନା ଅନ୍ତର୍ଗତ ସମସ୍ତ ପାଣ୍ଠି ଯୋଗାଇଦେବାକୁ ପ୍ରତିଶୃତି ଦେଇ ରାଏବରେଲିଙ୍କ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିରେ କୌଣସି ନାମ ନାହିଁ ଏବଂ ପ୍ରିଣ୍ଟରର ନାମ ଦିଆଯାଇ ନାହିଁ, ଯାହା ବାଧ୍ୟତାମୂଳକ ରହିଥାଏ ।
ଏହି ପୋଷ୍ଟର ଲାଗିବା ପରେ ଏହାକୁ ନେଇ କଂଗ୍ରେସ ନେତା କମଲ ସିଂ ଚୌନ କହିଛନ୍ତି ଯେ ଏହି ପୋଷ୍ଟରଗୁଡିକରେ ଦଳର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମାନସିକତା ଦେଖାଯାଇଛି, ଯେଉଁମାନେ ଏହି ସଙ୍କଟ ସମୟକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଛନ୍ତି। ସେ କହିଛନ୍ତି, 'ସୋନିଆ ଗାନ୍ଧୀ ସର୍ବଦା ତାଙ୍କ ନିର୍ବାଚନମଣ୍ଡଳୀ ସହିତ ଜଡିତ ଥିଲେ ଏବଂ ଦୁଇ ଦିନ ପୂର୍ବେ ସେ କୋରୋନା ସଙ୍କଟ ପାଇଁ ସମସ୍ତ ପାଣ୍ଠି ଦେଇଥିଲେ। ଜନସାଧାରଣ ସତ୍ୟ ଜାଣନ୍ତି ଓ ଏହି ନିମ୍ନ ସ୍ତରର ରାଜନୀତି ଦ୍ୱାରା ଭ୍ରମିତ ହେବେ ନାହିଁ |
ଏଥିସହ ଏହି ପୋଷ୍ଟରକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ପଙ୍କଜ କୁମାର ପୋଷ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି।