ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ମାତୃତ୍ବ ଦିବସ । ସନ୍ତାନଟି ପାଖରେ ଥାଉ କି ଦୂରରେ ଆଜି ଭଳି ଏକ ବଡ ଦିନରେ ସେ ନିଜ ମା'ଙ୍କୁ ନିଶ୍ଚିତ ଭାବରେ ମନେ ପକାଇଥାଏ । ଅନେକ ବ୍ୟସ୍ତତା ଥିଲେ ବି ଆଜି ଦିନଟିକୁ ସମସ୍ତେ ନିଜ ମା'ଙ୍କୁ ସମର୍ପି ଥାଆନ୍ତି । ତେବେ ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କ ସୁପୁତ୍ରୀ ବାଂସୁରୀ ଆଜି ତାଙ୍କ ମା'ଙ୍କୁ ମନେ ପକାଇ ମାତୃତ୍ବ ଦିବସର ଶୁଭକାମନା ଜଣାଇଛନ୍ତି ।
ମାତୃ ଦିବସରେ ମା'ଙ୍କୁ ମନେ ପକାଇଲେ ସୁଷମାଙ୍କ ସୁପୁତ୍ରୀ - ମାତୃ ଦିବସରେ ମାଆଙ୍କୁ ମନେ ପକାଇଲେ ସୁଷମାଙ୍କ ସୁପୁତ୍ରୀ
ମାତୃ ଦିବସରେ ମା'ଙ୍କୁ ମନେ ପକାଇଲେ ସୁଷମାଙ୍କ ସୁପୁତ୍ରୀ । ଟ୍ବିଟ କରି ସେ ନିଜ ମା'ଙ୍କୁ ଜଣାଇଛନ୍ତି ମାତୃ ଦିବସର ଶୁଭେଚ୍ଛା । ଅଧିକ ପଢନ୍ତୁ...

ମାତୃ ଦିବସରେ ମା'ଙ୍କୁ ମନେ ପକାଇଲେ ସୁଷମାଙ୍କ ସୁପୁତ୍ରୀ
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ମା' ମୁଁ ତୁମକୁ ମୋର ପ୍ରତିଟି ନିଶ୍ବାସରେ ମନେ ପକାଇଥାଏ । ସୁଷମା ଗତବର୍ଷ ଅଗଷ୍ଟ ମାସରେ ପ୍ରାଣତ୍ୟାଗ କରିଥିଲେ । ପରିବାର ସହ ସାରା ଦେଶ ତାଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ ।