ଭୋପାଳ: ସମାଧି ନେବାକୁ ଅନୁମତି ମାଗିଲେ ମିର୍ଚି ବାବା । କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବିଜୟୀ ନେଇ ଦେଇଥିଲେ ମତ । ସେ ଲୋକସଭା ନିର୍ବାଚନରେ ବିଜୟୀ ନ ହେଲେ ନେବେ ସମାଧି । ତେବେ ଦିଗବିଜୟଙ୍କ ହାର ପରେ ବାବାଙ୍କ ଉପରେ ଉଠିଥିଲା ପ୍ରଶ୍ନ । ଆଉ ଶେଷରେ ସେ ଭୋପାଳ ଜିଲ୍ଲାପାଳଙ୍କୁ ସମାଧି ପାଇଁ ଅନୁମତି ପତ୍ର ପଠାଇଥିଲେ ।
ସମାଧି ପାଇଁ ମିର୍ଚି ବାବାଙ୍କୁ ଅନୁମତି ଦେଲେନି ଜିଲ୍ଲାପାଳ - majistrate
ଭୋପାଳ ଜିଲ୍ଲାପାଳଙ୍କୁ ସମାଧି ପାଇଁ ଅନୁମତି ପତ୍ର ପଠାଇଥିଲେ ମିର୍ଚିବାବା । ହେଲେ ପତ୍ର ଖାରଜ କରି ବାବାଙ୍କୁ ସୁରକ୍ଷା ଦେବକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।
ହେଲେ ଜିଲ୍ଲାପାଳ ଏହି ପତ୍ରକୁ ଖାରଜ କରିବା ସହ ପୋଲିସକୁ ବାବାଙ୍କ ଜୀବନରକ୍ଷାର ସମସ୍ତ ଦାୟିତ୍ବ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯଜ୍ଞ କରୁଥିବା ବେଳେ ମିର୍ଚି ବାବା ( ବୈରାଗ୍ୟନନ୍ଦ ଗିରି ମହାରାଜ ) ଦିଗବିଜୟଙ୍କ ବିଜୟୀର ଘୋଷଣା କରିଥିଲେ । ଆଉ ଏହା ମଧ୍ୟ କହିଥିଲେ ଯେ, ଯଦି ସେ ନିର୍ବାଚନ ହାରିଯାନ୍ତି ତେବେ ମୁଁ ସମାଧି ନେବି ।
ତେବେ ପ୍ରଜ୍ଞା ସିଂ ଠାକୁର ଦିଗବିଜୟଙ୍କୁ ହରାଇବା ପରେ ବାବାଙ୍କ ଉପରେ ଉଠିଥିଲା ପ୍ରଶ୍ନ। ଆଉ ଫଳାପଳ ବାହାରିବା ପରେ କିଛି ଦିନ ଯାଏ ବାବା ଗାଏବ ମଧ୍ୟ ରହିଥିଲେ । ଆଉ ବର୍ତ୍ତମାନ ସେ ଜିଲ୍ଲାପାଳଙ୍କୁ ଆସନ୍ତା 16 ତାରିଖରେ ସମାଧି ପାଇଁ ଅନୁମତି ମାଗିଥିଲେ । ଯଦି ତାଙ୍କୁ ସ୍ବୀକୃତି ଦିଆଯାଏ ଏବଂ କେଉଁ ସ୍ଥାନରେ ସେ ସାମଧି ନେବେ ସେ ବାବଦରେ କୁହାଯାଆନ୍ତା ତେବେ ସେ ଶାନ୍ତିରେ ସମାଧି ନେଇପାରନ୍ତେ ।