ଓଡିଶା

odisha

ETV Bharat / bharat

ଆଜି ସଂଖ୍ୟାଲଘୁ ଅଧିକାର ଦିବସ - ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ

ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଅଧିକାରର ସୁରକ୍ଷା ପାଇଁ ପ୍ରତିବର୍ଷ ଡିସେମ୍ବର 18 କୁ ସଂଖ୍ୟାଲଘୁ ଦିବସ ରୂପେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ସଂଖ୍ୟାଲଘୁ ଅଧିକାର ଦିବସ
ଆଜି ସଂଖ୍ୟାଲଘୁ ଅଧିକାର ଦିବସ

By

Published : Dec 18, 2020, 10:47 PM IST

Updated : Dec 18, 2020, 10:59 PM IST

ହାଇଦ୍ରାବାଦ: ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଅଧିକାରର ସୁରକ୍ଷା ପାଇଁ ପ୍ରତିବର୍ଷ ଡିସେମ୍ବର 18 କୁ ସଂଖ୍ୟାଲଘୁ ଅଧିକାର ଦିବସ ରୂପେ ପାଳନ କରାଯାଏ । ଏହି ସମ୍ପ୍ରଦାୟ ସହ ଜଡିତ ଘଟଣାବଳୀ ଏବଂ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ ଅଟେ । ଏଥିରେ ଦ୍ବିମତ ନାହିଁ କି ପ୍ରତ୍ୟେକ ରାଷ୍ଟ୍ରରେ ଭିନ୍ନ ଜାତି, ଭାଷା ଏବଂ ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀ ଅଛନ୍ତି । ସାଧରଣତଃ ଭାରତରେ ମୁସଲିମ, ଶିଖ, ଇସାଇ, ବୌଦ୍ଧ, ଫାର୍ସି ଏବଂ ଜୈନ ସମ୍ପ୍ରଦାୟଙ୍କୁ ସଂଖ୍ୟାଲଘୁ ଗୋଷ୍ଠୀ ଭାବେ ପରଗଣିତ କରାଯାଏ ଏବଂ ଏମାନେ ଦେଶ ଜନସଂଖ୍ୟାର 19 ପ୍ରତିଶତ ଅଟନ୍ତି ।

ଭାରତ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ । ଏହାସହ ଭାଷା, ଜାତି, ସାଂସ୍କୃତିକ ଏବଂ ଧାର୍ମିକ ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ନାନା ପଦକ୍ଷେପ ଗ୍ରହଣ କରିବା ସହ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଲୋକଙ୍କ ଯତ୍ନ ନେଇଥାଏ ।

ଭାରତରେ ସଂଖ୍ୟାଲଘୁ ଅଧିକାର ଦିବସ:

ଭାରତରେ ସଂଖ୍ୟାଲଘୁଙ୍କ ପାଇଁ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ ଦ୍ବାରା ଏହି ଦିବସ ପାଳନ କରାଯାଏ । ଯାହା ସମସ୍ତ ସମ୍ପ୍ରଦାୟର ଧାର୍ମିକ ସଦଭାବନା, ସମ୍ମାନ ଓ ସୁରକ୍ଷା ଉପରେ କେନ୍ଦ୍ରିତ ଅଟେ । 1992 ମସିହା ଡିସେମ୍ବର 18 ରେ ମିଳିତ ଜାତିସଙ୍ଘ ଧାର୍ମିକ କିମ୍ବା ଭାଷାଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟ ସହିତ ଜଡିତ ବ୍ୟକ୍ତିଙ୍କ ଅଧିକାର ଉପରେ ଏକ ବିବୃତ୍ତି ଗ୍ରହଣ କରି ଏହାର ପ୍ରଚାର କରିଥିଲେ ।

ଜାତିସଙ୍ଘ ଦ୍ବାରା କରାଯାଇଥିବା ଘୋଷଣା ସଂଖ୍ୟାଲଘୁ ସମ୍ପ୍ରଦାୟର ସାଂସ୍କୃତିକ, ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତୀୟ ପରିଚୟକୁ ଉଜ୍ବଳିତ କରିଛି ଯାହାକି ବିଭିନ୍ନ ରାଜ୍ୟ ତଥା ଭୂଖଣ୍ଡରେ ସମ୍ମାନିତ, ସଂରକ୍ଷିତ ତଥା ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାବ୍ୟତୀତ ସଂଖ୍ୟାଲଘୁଙ୍କ ବିକାଶ ଏବଂ ସେମାନଙ୍କ ସାଂସ୍କୃତିକ, ଧାର୍ମିକ ଓ ଭାଷାଭିତ୍ତିକ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରିବା ମଧ୍ୟ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ବ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2020, 10:59 PM IST

ABOUT THE AUTHOR

...view details