ଓଡିଶା

odisha

By

Published : Oct 29, 2020, 11:08 AM IST

ETV Bharat / bharat

ବାପାକୁ ହତ୍ୟା କଲା ପୁଅ, ପ୍ରମାଣ ନଷ୍ଟ କରିବାକୁ ଦେଖୁଥିଲା କ୍ରାଇମ ସିରିଜ୍

ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ବାପାକୁ ହତ୍ୟା କରିଛି ପୁଅ । ଘଟଣାରେ ପୋଲିସ ମା' ପୁଅକୁ ଗିରଫ କରିଛି । ଅଧିକ ପଢନ୍ତୁ...

Minor kills father, watches crime serial to destroy evidence
ବାପାକୁ ହତ୍ୟା କଲା ପୁଅ,ପ୍ରମାଣ ନଷ୍ଟ କରିବାକୁ ଦେଖୁଥିଲା କ୍ରାଇମ ସିରିଜ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ 17ବର୍ଷର ନାବାଳକ ନିଜ ହାତରେ ବାପାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପ୍ରମାଣ ନଷ୍ଟ କରିବାକୁ ବାରମ୍ବାର କ୍ରାଇମ ସିରିୟଲ ଦେଖୁଥିବାର କହିଲା ପୋଲିସ ।

ସୂଚନାନୁସାରେ, ଗତ ମେ 2 ତାରିଖରେ କୌଣସି କାରଣରୁ 42ବର୍ଷୀୟ ମନୋଜ ମିଶ୍ରଙ୍କୁ ତାଙ୍କ ପୁଅ ଲୁହାରେ ଆକ୍ରମଣ କରିଥିଲା । ମନୋଜ ଚେତାଶୂନ୍ୟ ହେବା ପରେ ମା'ର ସାହାଯ୍ୟରେ ପୁଅ ବାପାର ମୃତଦେହକୁ ବାନ୍ଧି ସ୍କୁଟିରେ ଜଙ୍ଗଲକୁ ନେଇ ଯାଇଥିଲା । ସେଠାରେ ମନୋଜଙ୍କ ପରିଚୟ ନଷ୍ଟ କରିବାକୁ କିରୋସିନ ଓ ଶୌଚାଳୟ ସଫା ପାଇଁ ବ୍ୟବହୃତ ଜିନିଷରେ ମୃତଦେହକୁ ପୋଡି ଦେଇଥିଲା । ମେ 3 ତାରିଖରେ ପୋଲିସ ଅଧା ଜଳିଥିବା ମୃତଦେହ ଉଦ୍ଧାର କରିଥିଲା । ଏପଟେ ଥାନାରେ କୌଣସି ବ୍ୟକ୍ତିଙ୍କର ନିଖୋଜ ମାମଲା ଦାୟର ହୋଇନଥିଲା ।

ଅନେକ ଦିନ ହେବ ମନୋଜଙ୍କ କିଛି ଖବର ନ ମିଳିବାରୁ ସେ କାମ କରୁଥିବା ଇସକନ କର୍ମଚାରୀଙ୍କ ଚାପରେ ଆସି ପରିବାର ଲୋକ ମେ 27ରେ ଥାନାରେ ମନୋଜଙ୍କର ନିଖୋଜ ରିର୍ପୋଟ ଦେଇଥିଲେ । ଏହା ପରେ ପୋଲିସ ଘଟଣାର ତହନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ପୋଲିସ ବାରମ୍ବାର ମନୋଜଙ୍କ ପୁଅକୁ ପଚାରାଉଚରା କରୁଥିଲା । ସେ ପୋଲିସକୁ ଅଣଦେଖା କରିବା ସହ ଆଇନର କେଉଁ ନିୟମ ଅନୁସାରେ ତାକୁ ପଚରାଉଚରା କରାଯାଉଛି ବୋଲି କହିଥିବା କହିଛନ୍ତି ପୋଲିସ ସୁପରିଟେଣ୍ଟ ଉଦାୟୀ ଶଙ୍କର ସିଂହ ।

ପୋଲିସ ବାଳକର ଫୋନ ଯାଞ୍ଚ କରି ଜାଣିବାକୁ ପାଇଲା ଯେ ବାଳକଟି ବାରମ୍ବାର କ୍ରାଇମ ପେଟ୍ରୋଲର ସିରିଜ ଦେଖୁଥିଲା । ବାରମ୍ବାର ପଚରାଉଚରା କରିବା ପରେ ଶେଷରେ ବାଳକଟି ସବୁ ସତ ମାନି ଥିଲା । ଘଟଣାରେ ପୋଲିସ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ନେଇ ମାମଲା ରୁଜ୍ଜୁ କରି ମନୋଜଙ୍କ ସ୍ତ୍ରୀ ଓ ପୁଅକୁ ଗିରଫ କରିଛି ।

@IANS

ABOUT THE AUTHOR

...view details