ଓଡିଶା

odisha

ETV Bharat / bharat

ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳକ ଭାଇ - chattisgarh news

ଯଶପୁର ଜିଲ୍ଲାର ବଗିଚା ଷ୍ଟେସନ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସମ୍ପର୍କୀୟ ଭାଇ 5 ବର୍ଷର ନିରୀହ ଭଉଣୀକୁ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଛି ।

ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳିକ ଭାଇ
ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳିକ ଭାଇ

By

Published : Jul 27, 2020, 3:32 PM IST

ରାୟପୁର: ଯଶପୁର ଜିଲ୍ଲା ବଗିଚା ଷ୍ଟେସନ ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସମ୍ପର୍କୀୟ ଭାଇ 5 ବର୍ଷର ନିରୀହ ଭଉଣୀକୁ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଛି । ହତ୍ୟା କରିଥିବା ଭାଇ ମଧ୍ୟ ନାବାଳକ ।

ଛତିଶଗଡର ବଗିଚା ଷ୍ଟେସନ ଅଞ୍ଚଳରେ ଘଟିଛ ଏପରି ଚାଞ୍ଚଲ୍ୟ । ଷ୍ଟେସନ ଦାୟିତ୍ବରେ ଥିବା ଭାସ୍କର ଶର୍ମା କହିଛନ୍ତି ଯେ ଝିଅଟି ଜୁଲାଇ 24 ରେ ତାଙ୍କ ସମ୍ପର୍କୀୟଙ୍କ ସହ ମେଣ୍ଢା ଚରାଇବାକୁ ଯାଇଥିଲା। ଏହାପରେ ଶିଶୁର ନିଖୋଜ ହେବା ନେଇ ଜୁଲାଇ 26ରେ ଥାନାରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ପୋଲିସ ସମ୍ପର୍କୀୟ ଭାଇକୁ ସନ୍ଦେହ କରି ପଚରାଉଚରା କରିବା ପରେ ସେ ସତ ସ୍ବୀକାର କରିଥିଲା। ନାବାଳକ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ସ୍ବୀକାର କରିବା ସହ ଜଙ୍ଗଲରେ ପଥରରେ ଛେଚି ମୃତଦେହ ସେଠାରେ ଛାଡିଆସିଥିଲା ବୋଲି କହିଥିଲା । ଆଇପିସିର ଧାରା 363,302,376 ଅନୁଯାୟୀ ଓ ପୋକ୍ସୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ABOUT THE AUTHOR

...view details