ଭୋପାଳ: ଅନଲାଇନ ଗେମର ଭୟଙ୍କର ପରିଣାମ । 10 ବର୍ଷର ଝିଅକୁ ହତ୍ୟା କଲା 11 ବର୍ଷର ବାଳକ । ନାବାଳିକା ଠାରୁ ବାରମ୍ବାର ଗେମରେ ହାର ବରଦାସ୍ତ ନ ହେବାରୁ ନାବାଳକ ଜଣକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ ।
ବରଦାସ୍ତ ହେଲାନି ଅନଲାଇନ ଗେମରେ ହାର୍, ପଥରରେ ଛେଚି ନାବାଳିକାକୁ ହତ୍ୟା - ପଥରରେ ଛେଚି ନାବାଳିକାକୁ ହତ୍ୟା କଲା ନାବାଳକ
ବରଦାସ୍ତ ହେଲାନି ବାରମ୍ବାର ହାର । ଶେଷରେ ପରାଜୟ ପ୍ରତିଶୋଧ ନେବାକୁ ନାବାଳିକାକୁ ପଥରରେ ଛେଚି ହତ୍ୟା କଲା ନାବାଳକ । ଅଧିକ ପଢନ୍ତୁ...
କୋଭିଡ ପାଇଁ ସ୍କୁଲ, ଟ୍ୟୁସନ ସବୁ କିଛି ବନ୍ଦ ରହିଛି । ସଂକ୍ରମଣ ପାଇଁ ବାହାରକୁ ବାହାରୁ ନାହାଁନ୍ତି । ଏପରି ସ୍ଥିତିରେ ପିଲାମାନେ ଅଧିକା ସମୟ ଅନଲାଇନ ଗେମରେ ବ୍ୟସ୍ତ ରହୁଛନ୍ତି । ଯାହାକୁ ନେଇ ଏବେ ଏକ ଭୟଙ୍କର ଘଟଣା ଘଟି ଯାଇଛି ।
ପୋଲିସଙ୍କ କହିବାନୁସାରେ, ବାରମ୍ବାର ଗେମରେ ପରାସ୍ତ ହେବାରୁ ଏହାକୁ ବାଳକଟି ବରଦାସ୍ତ କରି ପାରିନଥିଲା । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅଟିକୁ ଘର ଠାରୁ ଟିକେ ଦୂର ସ୍ଥାନକୁ ନେଇ ତା ମୁଣ୍ଡକୁ ପଥର ଛେଚି ହତ୍ୟା କରିଥିଲା ବୋଲି ଇନ୍ଦୋରର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଆଇଜି) ହରିନାରାୟଣ ଚାରି ମିଶ୍ର କହିଛନ୍ତି। ଘଟଣାସ୍ଥଳରୁ ପୋଲିସ ନାବାଳିକର ମୃତଦେହ ଉଦ୍ଧାର କରିଛି ।