ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ରେଳ କର୍ମଚାରୀଙ୍କୁ ଅଲଗା ଅଲଗା ମାସରେ ଜାରି ଇୟର ଏଣ୍ଡିଙ୍ଗ , PTO ସମେତ ବିଭିନ୍ନ ଯାତ୍ରା ପାସ୍ ର ସମୟସୀମା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । କର୍ମଚାରୀଙ୍କୁ ମାର୍ଚ୍ଚ 1ରୁ ମାର୍ଚ୍ଚ 31 ମଧ୍ୟରେ ଜାରି ହୋଇଥିବା ପାସ୍ର ବୈଧତା ଅକ୍ଟୋବର 15 ଯାଏଁ ବଢାଇ ଦିଆଯାଇଛି ।
ରେଳ ବୋର୍ଡର ଡେପ୍ୟୁଟି ଡାଇରେକ୍ଟର ଭି ମୁରଳିଧର ପାସ୍ ସମୟସୀମା ସମ୍ବନ୍ଧରେ ଆଦେଶ ସୋମବାର ଜାରି କରିଥିଲେ । ଏହା ଅନୁସାରେ ଟ୍ରାନ୍ସଫର, ସେଟଲମେଣ୍ଟ, କିଟ, ସ୍କୁଲ ଏବଂ ମେଡିକାଲ ଗ୍ରାଉଣ୍ଡରେ ଜାରି ସ୍ପେଶାଲ ପାସ୍ ବୈଧତା ଗୋଟିଏ ମାସ ଅର୍ଥାତ ଜୁନ 30ରୁ ସେପ୍ଚେମ୍ବର ଯାଏଁ ବୃଦ୍ଧି କରାଯାଇଛି ।
ରେଳୱେ ଅନୁଯାୟୀ, ଯେଉଁ କର୍ମଚାରୀଙ୍କ ପାସର ଅବଧି ମେ 31ରେ ଶେଷ ହୋଇଯାଇଛି ତାହାକୁ ଜୁନ 15 ଯାଏଁ ବଢାଯାଇଛି । ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉ ଜାରି ରହିଥିବାକୁ ଯାତ୍ରା ପାସ ବ୍ୟବହାର ହୋଇପାରିନଥିଲା ।