ଓଡିଶା

odisha

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

By

Published : Aug 18, 2020, 9:20 AM IST

ଜୁଲାଇ 26 ତାରିଖରେ ବସିଥିବା କ୍ୟାବିନେଟ ବୈଠକରେ 2 ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ସେଥିରୁ ଗୋଟିଏ ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଇଥିଲା । ଏହି ନିଷ୍ପତ୍ତି ଉପରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ହେଲା ଶିକ୍ଷା ମନ୍ତ୍ରଣାଳୟ
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ହେଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରିଥିଲେ । 29 ଜୁଲାଇରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପରିବର୍ତ୍ତନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ଏଥି ସହ ଏହି କ୍ୟାବିନେଟ ବୈଠକରେ 38 ବର୍ଷ ପୁରୁଣା ଶିକ୍ଷା ନୀତିରେ ସରକାର ସୁଧାର ଆଣିଛନ୍ତି ।

ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ସୁପାରିଶ କରିଥିଲା ଯେ ଏହାର ନାମ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଉ। ଯାହାକୁ କ୍ୟାବିନେଟ୍‌ ବୈଠକରେ ଏହି ସୁପାରିଶ ଉପରେ ମୋହର ମାରିଥିଲେ। ଶିକ୍ଷା ନୀତିର ଅନୁମୋଦନ ପରେ ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ । ଯାହା ଦ୍ବାରା ଶିକ୍ଷା କ୍ଷେତ୍ରରେ ବ୍ୟାଘାତ ଦୂର ହୋଇପାରିବ।

ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ଗତ ପାଞ୍ଚ ବର୍ଷ ଧରି ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ପୂର୍ବତନ ISRO ମୁଖ୍ୟ କେ. କସ୍ତୁରୀରାଙ୍ଗନଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଏହାକୁ ଚୂଡ଼ାନ୍ତ ରୂପ ଦେଇଛି। ତଥାପି, ନୂତନ ଶିକ୍ଷା ନୀତିରେ ଉଲ୍ଲେଖ କରାଯାଇ ନାହିଁ ଯେ, ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀକୁ ବାଧ୍ୟତାମୂଳକ କରାଯିବା ଉଚିତ୍।

ନୂତନ ଶିକ୍ଷା ନୀତି ଅନୁଯାୟୀ, ବର୍ତ୍ତମାନ 3 ବର୍ଷରୁ 18 ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ଅଧିକାର ଆଇନ, 2009 ଅଧୀନରେ ଅଣାଯିବ। ଆଗାମୀ ସମୟରେ ଶିକ୍ଷକ ଏବଂ ଛାତ୍ରମାନଙ୍କ ଅନୁପାତ 1:30 ହେବ । ନୂତନ ଶିକ୍ଷା ନୀତି କାହାଣୀ, ଥିଏଟର, ସାମୂହିକ ପାଠପଢା, ଚିତ୍ର ପ୍ରଦର୍ଶନ, ଲେଖା, ଭାଷା ଏବଂ ଗଣିତ ଉପରେ ମଧ୍ୟ ଗୁରୁତ୍ୱ ଦେବ । ଏହି ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶରେ ଶିକ୍ଷାର ଅର୍ଥ ପରିବର୍ତ୍ତନ ହେବ। ଏହା କେବଳ ଯୁବକମାନଙ୍କୁ ଶିକ୍ଷା ପାଇଁ ନୂତନ ସୁଯୋଗ ଯୋଗାଇବ ନାହିଁ, ବରଂ ଚାକିରି ପାଇବା ମଧ୍ୟ ସହଜ କରିବ ।

ABOUT THE AUTHOR

...view details