ନୂଆଦିଲ୍ଲୀ: ବାଂଲାଦେଶୀ ଅଭିନେତାଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର କରେଇବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଡିଲା ମହଙ୍ଗା । ଏନେଇ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କୁ ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ। କୋଲକାତା ଏଫଆରଆରଓ ଏନେଇ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଟିଏମସି ରାଲିରେ ବାଂଲାଦେଶୀ ଅଭିନେତା, ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ - loksabha polls
ମମତା ବାଂଲାଦେଶୀ ଅଭିନେତାଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର କରେଇବା ନେଇ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ।
ସେପଟେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଆଣି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି। ନିର୍ବାଚନୀ ପ୍ରଚାରରେ ବିଦେଶୀ ନାଗରିକଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ନିୟମ ଅନୁସାରେ ବିଦେଶୀ ନାଗରିକ ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ତେବେ ଟିଏମ୍ସି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କିଭଳି ବାଂଲାଦେଶୀ ନାଗରିକଙ୍କୁ ବ୍ୟବହାର କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହା ଆଚରଣ ବିଧିର ଉଲଙ୍ଘନ କରୁଥିବା ଦର୍ଶାଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।
ସୂଚନା ଯୋଗ୍ୟ ଯେ, ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ(ଟିଏମସି ) ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ସେ ଉତ୍ତର ଦିନାଜପୁର ଜିଲ୍ଲାରେ ଟିଏମସିର ରାଜଗଙ୍ଗ ଲୋକସଭା ପ୍ରାର୍ଥୀ କହ୍ନେୟା ଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିଲେ ।