ନୂଆଦିଲ୍ଲୀ: ବିଗତ 10 ମାସ ଧରି ଭାରତ ସମେତ ସାରା ବିଶ୍ବ ମହାମାରୀ କୋରୋନା ଭାଇରସ ସହ ଲଢେଇ ଜାରି ରଖିଛି । ଭାରତରେ ପ୍ରତିଦିନ କୋରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦେଶରେ କୋରୋନା ଜନିତ ଆରୋଗ୍ୟ ହାରକୁ ଦେଖି ସାମାନ୍ୟ ଆଶ୍ବସ୍ତୀ ହେଉଥିଲେ ବି ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ବି ବିପଦ ଟଳି ନଥିବା କୁହାଯାଇଛି । ଏହାସହ ଭ୍ୟାକସିନ ବାହାରି ନଥିବା କାରଣରୁ ଲୋକଙ୍କୁ ଅତ୍ୟନ୍ତ ସାମଧାନତା ସହ ରହିବାକୁ ପରାମର୍ଶ ଦିଆଯାଉଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇଁ ପ୍ରତିଦିନ ଗରମ ପାଣି ପିଇବା ଓ ଯୋଗ ଏବଂ ହଦଳୀ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଅଶ୍ବଗନ୍ଧା ଏବଂ ଗିଲୋଇର ବ୍ୟବହାର କୋଭିଡ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ ।
କୋରୋନା ସଂକ୍ରମଣକୁ ରୋକିବାକୁ ଏବେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯାହାକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ଯଶୋ ନାୟକ ଆଜି(ମଙ୍ଗଳବାର) ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଚିକିତ୍ସା ଠାରୁ ଭଲ ପ୍ରତିଶେଧକ । ଏଥିପାଇଁ ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ ।
ଆସନ୍ତୁ ଜାଣିବା ଆୟୁଷ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ କ’ଣ-
- ଆୟୁଷ ମନ୍ତ୍ରଣାଳୟ କହିଛି ଯେ, ଦିନସାରା ଗରମ ପାଣି ପିଅନ୍ତୁ, ଏହାସହ ଗରମ ସତେଜ ରନ୍ଧାଖାଦ୍ୟ ଖାଆନ୍ତୁ ।
- ଅତି କମରେ 30 ମିନିଟ୍ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।