ଓଡିଶା

odisha

ETV Bharat / bharat

ଶନିବାର ଶାହାଙ୍କୁ ଭେଟି ସଙ୍ଗରୋଧରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ସଙ୍ଗରୋଧରେ ଗଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ।

By

Published : Aug 3, 2020, 3:19 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସୁତ୍ରରୁ ପ୍ରକାଶ ଯେ ସେ ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଥିଲେ । ଫଳରେ ଏକ ପ୍ରୋଟୋକଲ ଭାବରେ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।

ଶାହା ପଜିଟିଭ ଚିହ୍ନଟ ହେବା ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ରବି ଶଙ୍କର ପ୍ରସାଦ ଶନିବାର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପାଖରେ କୌଣସି ଲକ୍ଷଣ ନାହିଁ ଏବଂ ସଙ୍ଗରୋଧ କେବଳ ପ୍ରୋଟୋକଲ ଉପରେ ଆଧାରିତ ବୋଲି ସୂତ୍ରରୁ ପ୍ରକାଶ। ଏହି ଅବଧି ମଧ୍ୟରେ ମନ୍ତ୍ରୀ ତାଙ୍କର ନିତିଦିନିଆ ବ୍ୟକ୍ତିଗତ କାର୍ଯ୍ୟ ଏବଂ ଜରୁରୀକାଳୀନ ସରକାରୀ କାର୍ଯ୍ୟ କରିବେ ବୋଲି ଜଣାପଡିଛି ।

ତେବେ କିଛିଦିନ ତାଙ୍କ କର୍ମଚାରୀମାନେ ପଜିଟିଭ୍ ହେବା ପରେ ସେ ନିଜର ପରୀକ୍ଷା କରିଥିଲେ । ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

ଭାରତରେ 18 ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏହି ଭୂତାଣୁ ବିରୋଧରେ ଲଢେଇରେ ଆଗରେ ରହିଥିବା ଅମିତ ଶାହା ରବିବାର ଦିନ ଟୁଇଟ୍ କରି ସେ ପଜିଟିଭ ଥିବା ଜଣାଇଥିଲେ । ଏହାସହ ସେ କହିଥିଲେ ଯେ ମୋ ସହ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କୁ ଅନୁରୋଧ କରୁଛି ନିଜକୁ ସଙ୍ଗରୋଧରେ ରଖନ୍ତୁ ।

ତେବେ ତାଙ୍କର ଏହି ଟୁଇଟ୍‌ ରେ ରବି ଶଙ୍କର ପ୍ରସାଦ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ସେ ଟୁଇଟ କରିକହିଥିଲେ "ଅମିତ ଶାହା ଜୀ ! ଏହା ଭଗବାନଙ୍କ ନିକଟରେ ପ୍ରାର୍ଥନା ଯେ ତୁମେ ଶୀଘ୍ର ସୁସ୍ଥ ହୁଅ ଏବଂ ପୁନର୍ବାର ଦେଶ ସେବା କରିବା ଆରମ୍ଭ କରିବ" ବଲି ହିନ୍ଦୀରେ ଉତ୍ତର ଦେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ଗୃହମନ୍ତ୍ରୀଙ୍କୁ ଦିଲ୍ଲୀ ନିକଟ ହରିୟାଣାର ଗୁରୁଗାଓଁର ମେଡାଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

For All Latest Updates

TAGGED:

ABOUT THE AUTHOR

...view details