ଓଡିଶା

odisha

By

Published : Dec 2, 2019, 2:21 PM IST

ETV Bharat / bharat

‘ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀ ମିଳିବା ଦରକାର’

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି ।

utterpradesh
ଫଟୋ ସୌଜନ୍ୟ: ଇଟିଭି ଭାରତ

ଲକ୍ଷ୍ନୌ: ହାଇଦ୍ରାବାଦରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ମଣିଷ ସମାଜ ପାଇଁ ଲଜ୍ଜା ଓ ନିନ୍ଦନୀୟ ବୋଲି ସେ କହିଛନ୍ତି । ମୋଦି ସରକାର ଏପରି ଘଟଣାକୁ ନେଇ ବେଶ ମର୍ମାହତ । ସରକାର ଏପରି ଦୋଷୀଙ୍କ ବିରୋଧରେ ଏକ ଦୃଢ ଆଇନ ତିଆରି କରାଯିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏପରି ଅପରାଧୀଙ୍କୁ ଫାଶୀଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଗତକାଲି (ରବିବାର) ଉତ୍ତରପ୍ରଦେଶର ସହାରଣପୁରରେ ଏକ କୃତ୍ରିମ ଅଙ୍ଗ ଓ ଟ୍ରାଇସାଇକେଲ ବିତରଣ ଉତ୍ସବରେ ଯୋଗଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details