ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବର ନଡା ଜଳା ଦାୟୀ ବୋଲି ରାଜ୍ୟସଭାରେ କହିଛନ୍ତି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ହରିୟାଣା ଓ ପଞ୍ଜାବରେ ହେଉଥିବା ନଡା ଜଳା ପାଇଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହୁଏ ବୋଲି ସେ କହିଛନ୍ତି ।
ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବର ନଡା ଜଳା ଦାୟୀ: ପରିବେଶ ମନ୍ତ୍ରୀ - Rajyasabha budget session
ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବ ଓ ହରିୟାଣାର ନଡା ଜଳା ଦାୟୀ ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ...
ଦିଲ୍ଲୀ ବାୟୁ ପ୍ରଦୂଷଣ
ଏହାସହ ପଞ୍ଜାବରେ ଚଳିତ ବର୍ଷ ନଡା ଜଳା 75 ପ୍ରତିଶତ ଓ ହରିୟାଣାରେ 25 ପ୍ରତିଶତ ବୃଦ୍ଧି ପାଇଥିବା ସେ ଜଣାଇଛନ୍ତି । ତେବେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର 40,000 ମେସିନ ଏହି ଦୁଇ ରାଜ୍ୟକୁ ଯୋଗାଇଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ଦିଲ୍ଲୀରେ ମାଟି ଓ ଅନ୍ୟ ସହରର ମାଟି ଭିନ୍ନ ହୋଇଥିବାବେଳେ ଦିଲ୍ଲୀରେ ଏହା ଉଡିଥାଏ । ଯାହା ପ୍ରଦୂଷଣ ଉପରେ ପ୍ରଭାବ ପକାଏ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ସେ ଏପରି କହିଛନ୍ତି ।