ଢାକା: ଆହୁରି ମଜବୁତ ହେବ ବାଲାଂଦେଶ ସହ ଭାରତର ସମ୍ପର୍କ। ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ସୋମବାର ଢାକାରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗକୁ ବୃଦ୍ଧି କରିବା ଉପରେ ହେବ ଆଲୋଚନା।
ଢାକାରେ ପହଞ୍ଚିଲେ ଏସ.ଜୟଶଙ୍କର, ଦ୍ବିପାକ୍ଷିକ ସମ୍ପର୍କରେ ହେବ ଆଲୋଚନା - ଏସ.ଜୟଶଙ୍କର
ବାଲାଂଦେଶ ସହ ସମ୍ପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ଢାକା ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏହି ଗସ୍ତ ସମୟରେ ଭାରତ-ବାଲଂଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଉପରେ ହେବ ଆଲୋଚନା ।
![ଢାକାରେ ପହଞ୍ଚିଲେ ଏସ.ଜୟଶଙ୍କର, ଦ୍ବିପାକ୍ଷିକ ସମ୍ପର୍କରେ ହେବ ଆଲୋଚନା](https://etvbharatimages.akamaized.net/etvbharat/prod-images/768-512-4184351-thumbnail-3x2-dhaka.jpg)
ଢାକାରେ ପହଞ୍ଚିବା ପରେ ଶାହାଜଲାଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଏନେଇ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଟ୍ବିଟ୍ କରି ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ବାଲାଂଦେଶକୁ ଜୟଶଙ୍କର ଏହା ପ୍ରଥମ ଯାତ୍ରା।
ଢାକାରେ ପହଞ୍ଚିବା ପରେ ସ୍ଥାନୀୟ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ଏସ ଜୟଶଙ୍କର। ଏନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯିବ। ଏହା ସହ ଆଉ ଏକ ମାସ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ଉଚ୍ଚସ୍ତରୀୟ ବୈଠକ ହେବା ନେଇ ସେ ଜଣାଇଛନ୍ତି। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ନିଜର ବାଲାଂଦେଶ ପ୍ରତିପକ୍ଷଙ୍କ ସହ ନୂଆଦିଲ୍ଲୀରେ ଠାରେ ସାକ୍ଷାତ କରିବା ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।