ଲକ୍ଷ୍ନୌ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସୋମବାର ଉତ୍ତରପ୍ରଦେଶ ମନ୍ତ୍ରୀ ମୋହସିନ ରଜା କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସୋ ଖୋଦ ଟ୍ବିଟ କରି ସୂଚନା ଦେଇଛନ୍ତି ।
ରାଜ୍ୟମନ୍ତ୍ରୀ ମୋହସିନ ରଜା ନିଜ ଟ୍ବିଟରରେ ଲେଖିଛନ୍ତି, ପୂର୍ବରୁ ମୋର କେତେଜଣ ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଥିଲେ । ମୋତେ କୋରୋନା ଭାଇରସର କିଛି ଲକ୍ଷଣ ଅନୁଭୂତ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ମୁଁ କୋରୋନା ପରୀକ୍ଷା କରିଥିଲି । ମୋ କୋରୋନା ରିପୋର୍ଟ ପଜିଟିଭ ଆସିଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କୋରୋନା ଗାଇଡଲାଇନ ଅନୁଯାୟୀ ସଂଗରୋଧରେ ରହିବା ସହ କୋରୋନା ପରୀକ୍ଷା କରିବାକୁ ମୋର ନିବେଦନ ।