ଓଡିଶା

odisha

କୋରୋନା କାଳ, ଏକ ମିଲିୟନରେ ଯାଇଛି 55 ଜଣଙ୍କ ଜୀବନ

By

Published : Sep 14, 2020, 1:04 PM IST

ଦେଶରେ ଏକ ମିଲିୟନ ତଥା 10 ଲକ୍ଷ ଲୋକଙ୍କ ମଧ୍ୟରେ 55 ଜଣଙ୍କର ଜୀବନ ଯାଇଛି । ଲୋକସଭାରେ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ
ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏସବୁ ଭିତରେ ବି ଏକ ମିଲିୟନ ତଥା 10 ଲକ୍ଷ ଲୋକଙ୍କ ମଧ୍ୟରେ 55 ଜଣଙ୍କର ଜୀବନ ଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ସୋମବାର ଲୋକସଭାରେ କୋରୋନା ଉପରେ ନିଜର ବକ୍ତବ୍ୟ ରଖିବା ସମୟରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ଏହାସହ ଏକ ମିଲିୟନ ଲୋକଙ୍କ ମଧ୍ୟରେ 3,328 ଜଣଙ୍କୁ କୋରୋନା ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି । କୋରୋନାକୁ ନେଇ ଚର୍ଚ୍ଚା ସମୟରେ ମନ୍ତ୍ରୀ କହିଛନ୍ତି,‘ ଆମର କୋଭିଡ୍‌ ପରିଚାଳନାରେ ସଫଳତା ପାଇଁ ଏକ ମିଲିୟନ ଲୋକଙ୍କ ମଧ୍ୟରେ ଆମେ 3,328 ଆକ୍ରାନ୍ତ ଓ 55 ମୃତ ମଧ୍ୟରେ ସୀମିତ ରଖିପାରିଛୁ ।’ ଯାହାକି ସାରା ବିଶ୍ବରେ ସବୁଠାରୁ କମ୍‌ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲଙ୍ଗାନା, ଓଡିଶା, ଆସାମ, କେରଳ ଓ ଗୁଜୁରାଟରେ ସବୁଠାରୁ ଅଧିକ ଆକ୍ରାନ୍ତ ଓ ମୃତ୍ୟୁ ଘଟିଛି । ଏସବୁ ରାଜ୍ୟରେ 1ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି ।

ସୂଚନାଥାଉକି, ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ଅନୁସାରେ ସଂସଦ ଅଧିବେଶନ ବସିଛି । ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି ।

@ANI

ABOUT THE AUTHOR

...view details