ଓଡିଶା

odisha

ETV Bharat / bharat

ବଢୁଛି କୋରୋନା ସଂକ୍ରମଣ, ୟୁପିରେ ବଦଳିଲା ଲକଡାଉନ ନିୟମ - up cm

ୟୁପିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ବଦଳିଲା ଲକଡାଉନ ନିୟମ । ସପ୍ତାହର କେବଳ 5 ଦିନ ଖୋଲା ରହିବ ଅଫିସ ଓ ବଜାର । ଅଧିକ ପଢନ୍ତୁ...

ୟୁପିରେ ପ୍ରତି ସପ୍ତାହର ଶନିବାର ଓ ରବିବାର ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ ଓ ବଜାର
ୟୁପିରେ ପ୍ରତି ସପ୍ତାହର ଶନିବାର ଓ ରବିବାର ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ ଓ ବଜାର

By

Published : Jul 12, 2020, 3:34 PM IST

ଲକ୍ଷ୍ନୌ: ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସପ୍ତାହରେ 5 ଦିନ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କେବଳ କାର୍ଯ୍ୟାଳୟ ଏବଂ ବଜାର ଖୋଲା ରହିବ। ଶନିବାର ଏବଂ ରବିବାର ସମସ୍ତ କାର୍ଯ୍ୟାଳୟ ଏବଂ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଏହା ପୂର୍ବରୁ ଓଡିଶାରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି ।

ସୂଚନାଯୋଗ୍ୟ, ଯୋଗୀ ସରକାର ଗତ ଶୁକ୍ରବାର ରାତିରୁ ସୋମବାର ସକାଳ 5 ଟା ପର୍ଯ୍ୟନ୍ତ 55 ଘଣ୍ଟା ଲକଡାଉନ ଲଗାଇଛନ୍ତି। ବର୍ତ୍ତମାନ ଏହି ନିୟମ ଆହୁରି ଆଗକୁ ମଧ୍ୟ ଚାଲିବ । 2 ଦିନିଆ ବନ୍ଦ ସମୟରେ ଆବଶ୍ୟକ ସେବା ଜାରି ରହିବ।

କୁହାଯାଉଛି ଯେ, କୋରୋନା ସମ୍ବନ୍ଧରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଟିମ-11 ସହ ସହମତ ହୋଇଥିଲେ। ରବିବାର ଅନୁଷ୍ଠିତ ଏହି ବୈଠକରେ ଆଲୋଚନା ହୋଇଥିଲା ଯେ, ଅନଲକ ପରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଏହା ପରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ସପ୍ତାହରେ ମାତ୍ର 5 ଦିନ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ବଜାର, ସହରାଞ୍ଚଳ ଏବଂ ଗ୍ରାମୀଣ ହାଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଜାରି ରହିବ ।

ତେବେ ୟୁପି ସରକାର ରାଜ୍ୟରେ 55 ଘଣ୍ଟାର ଲକଡାଉନ ଜାରି ରଖିଛନ୍ତି। ସୋମବାର ଠାରୁ ସବୁକିଛି ଅନଲକ ହେବ, କିନ୍ତୁ ତା’ପରେ ଆସନ୍ତା ଶୁକ୍ରବାର ଦିନ ସକାଳ 10 ଟାରୁ ସୋମବାର ସକାଳ 5 ଟା ପର୍ଯ୍ୟନ୍ତ ଲକଡାଉନ ଲାଗୁ ହେବ। ସଂକ୍ରମଣ ସଂଖ୍ୟା ବୃଦ୍ଧି ଉପରେ ଏହାର କୌଣସି ପ୍ରଭାବ ପଡିଛି କି ନାହିଁ ତାହା ଯାଞ୍ଚ କରିବା ସରକାରଙ୍କ ଉଦ୍ଦେଶ୍ୟ। ଯଦି ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟେ, ତେବେ ଏହି ବ୍ୟବସ୍ଥା ଆହୁରି ଆଗକୁ ବୃଦ୍ଧି ପାଇବ ।

ଉତ୍ତରପ୍ରଦେଶରେ କୋରୋନା ସଂଖ୍ୟା ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 1403 ମାମଲା ରିପୋର୍ଟ ହୋଇଛି । ଉତ୍ତରପ୍ରଦେଶରେ ସମୁଦାୟ କୋରୋନା ସଂକ୍ରମିତ ସଂଖ୍ୟା 35092ରେ ପହଞ୍ଚିଛି। ଏଥିରେ ମୋଟ 913 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 22689 ରହିଥିବାବେଳେ, 11490ଟି ମାମଲା ସକ୍ରିୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details