ଓଡିଶା

odisha

ETV Bharat / bharat

କେରଳ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, ଯାତ୍ରୀ ଅଟକ - କେରଳର ପୃଥକ ପୃଥକ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୂନା ଜବତ

ଗୁରୁବାର କେରଳ ସ୍ଥିତ କୋଚି ଓ କୋଝିକୋଢେ ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ ହୋଇଛି । ଏନେଇ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

କେରଳର ପୃଥକ ପୃଥକ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୂନା ଜବତ, ଯାତ୍ରୀ ଅଟକ
କେରଳର ପୃଥକ ପୃଥକ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୂନା ଜବତ, ଯାତ୍ରୀ ଅଟକ

By

Published : Aug 13, 2020, 6:29 PM IST

ଥିରୁଅନନ୍ତପୁରମ: ଥମୁନି ସୁନା ତସ୍କରୀ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଏହି ତସ୍କର ମାନେ ଧରାପଡୁଛନ୍ତି କଷ୍ଟମ ବିଭାଗ ହାତରେ । ତେବେ କୋରୋନା ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ବନ୍ଦରହିଥିବା ବିମାନ ସେବା ହେତୁ ଏହି ତସ୍କରୀ ହ୍ରାସ ପାଇଥିବାବେଳେ, ପୁଣି ଏହା ଏବେ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଦେଶରେ ଥିବା ପ୍ରମୁଖ ଏୟାରପୋର୍ଟ ଗୁଡିକରେ ଏହି ତସ୍କର ମାନେ ବହୁଳ ଭାବେ ସୁନା ଚୋରାରେ ଆଣି ଧରାପଡି ଜେଲ ଯାଉଛନ୍ତି । ସେହିଭଳି କେରଳର କୋଝିକୋଡେ ବିମାନ ବନ୍ଦରରେର ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏୟାର ଇଣ୍ଟେଲିଜେନ୍ସ ୟୁନିଟ ଶାରଜା (ୟୁଏଇ)ରୁ ଅବତରଣ କରିଥିବା 2 ଯାତ୍ରୀଙ୍କ ଠାରୁ 334 ଗ୍ରାମର ସୁନା ବିସ୍କୁଟ ଯବତ କରିଥିବାବେଳେ, 230 ଗ୍ରାମର ସୁନା ଅଳଙ୍କାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

ସେହିପରି କୋଚିର ବିମାନ ବନ୍ଦରରେ ଥିରୁଅନନ୍ତପୁରମ ୟୁନିଟ ପକ୍ଷରୁ ଦୁବାଇ ଫେରୁ ଥିବା 2 ଜଣ ଯାତ୍ରୀଙ୍କ ଠାରୁ ଅଲଗା ଅଲଗା 464 ଏବଂ 468 ଗ୍ରାମର ସୂନା ଜବତ ହୋଇଛି । ଏନେଇ ସୂଚନା ଦେଇଛି କମିଶନରେଟ କଷ୍ଟମ ବିଭାଗ ।

ABOUT THE AUTHOR

...view details