ଶ୍ରୀନଗର: ଉତ୍ତର କାଶ୍ମୀର ବାରାମୁଲ୍ଲା ଜିଲ୍ଲା ପାଟାନର ୟାରିପୋରା ଅଞ୍ଚଳରେ ଗୁଳି ବିନିମୟରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜଣେ ସେନା ପ୍ରମୁଖ ଏବଂ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଏନକାଉଣ୍ଟର ସ୍ଥାନରୁ ତିନିଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ବର୍ତ୍ତମାନ ଚିହ୍ନଟ ପ୍ରକ୍ରିୟା ଚାଲିଛି।ଏହା ପୂର୍ବରୁ ପୋଲିସର ମିଳିତ ଟିମ୍, ଆର୍ମି ଆରଆର 29 ଏବଂ CRPF ୟାରିପୋରାରେ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମିଳିତ ଦଳ ସନ୍ଦିଗ୍ଧ ସ୍ଥାନକୁ ଘେରି ରହିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା ।
ଏହି ଗୁଳି ବିନିମୟ ଫଳରେ ଉତ୍ତର କାଶ୍ମୀରରେ ଆତଙ୍କବାଦୀ ସମ୍ପର୍କିତ କାର୍ଯ୍ୟକଳାପରେ ତୀବ୍ର ବୃଦ୍ଧି ହେବା ଫଳରେ ସେନା, ପୋଲିସ ଏବଂ ରାଜ୍ୟ ଗୁଇନ୍ଦା ବିଭାଗ ଚେତାବନୀ ମଧ୍ୟ ଦେଇଛି । "ଗତ ମାସରେ, ଶ୍ରୀନଗର ଏବଂ ବାରାମୁଲାର କେନ୍ଦ୍ରୀୟ ତଥା ଉତ୍ତର କାଶ୍ମୀର ଜିଲ୍ଲାରେ ଦୁଇଟି ସାଂଘାତିକ ଆତଙ୍କବାଦୀ ଆକ୍ରମଣରେ ଅଗଷ୍ଟ 14 ଏବଂ ଅଗଷ୍ଟ 17 ରେ ପାଞ୍ଚ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ କାଶ୍ମୀର ଅଞ୍ଚଳ ନିରାପଦ ସ୍ଥାନ ହେବା ପରେ ଆତଙ୍କବାଦୀ ମାନେ ପୁନଃ ରଣନୀତି କରୁଥିବା ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ ।