ଲୋକସଭା ନିର୍ବାଚନରେ ସେ ଲଢେଇ କରିବେ ନାହିଁ ବୋଲି ମଧ୍ୟ ଇସାରା କରିଛନ୍ତି । ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ସଞ୍ଜୟ ନିରୁପମ ଓ ମିଲିନ୍ଦ ଦେୱଡାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦଳର ଭିତରି କଥା ସାର୍ବଜନୀନ କରିବା ଉଦ୍ଦେଶ୍ୟ ନାହିଁ । ତଥାପି ନିକଟରେ ଏକ ସାକ୍ଷାତକାରରେ କରାଯାଇଥିବା ଟିପ୍ପଣୀକୁ ନେଇ ଚିନ୍ତିତ । ମୁମ୍ବାଇ କଂଗ୍ରେସ ପ୍ରତି ଥିବା ମଜବୁତ ପ୍ରତିବଦ୍ଧତା ଦୋହରାଇବା ପାଇଁ ମଜବୁର ହେଉଛି ବୋଲି ଟ୍ୱିଟ କରିଛନ୍ତି ମିଲିନ୍ଦ ।
ସେହିପରି ବାଣିଜ୍ୟ ପେଣ୍ଠସ୍ଥଳୀ ଓ ସାଂସ୍କୃତିକ ସହର ମୁମ୍ବାଇବାସୀଙ୍କୁ ଏକାଠି କରିବା ଆବଶ୍ୟକତା ରହିଛି । ଆଉ ଏହି ସମୟରେ ଦଳ ସାମ୍ପ୍ରଦାୟିକ ରାଜନୀତି ପାଇଁ କ୍ରିକେଟ ପିଚ୍ ମଧ୍ୟ ପ୍ରସ୍ତୁତ କରିପାରୁନି । ଯେଉଁଠି ପରସ୍ପର ବିରୁଦ୍ଧରେ ଦଳୀୟ ନେତା ଛିଡା ହୋଇ ପାରିବେ । ଦଳରେ ଯାହା ଚାଲିଛି ତାହା ନୈରାଶ୍ୟଜନକ । କିନ୍ତୁ ଏହାର ଠିକ ପରେ ଆଉ ଏକ ଟ୍ବିଟ କରି ସଫେଇ ଦେଇଛନ୍ତି ସେ ।