ଓଡିଶା

odisha

By

Published : Aug 4, 2019, 11:19 PM IST

ETV Bharat / bharat

'ସିନ୍ଧିଆ କିମ୍ବା ସଚିନ ପାଇଲଟ ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ'

କଂଗ୍ରେସର ଅଧ୍ୟକ୍ଷ ପଦବୀ ପାଇଁ ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲିନ୍ଦ ଦେବଡା ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଉପରେ ପ୍ରସ୍ତାବ ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଖାଲି ପଡିଛି ଦେଶର ବହୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ପଦବୀ । ଯାହା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି । ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ହେବ। ଏହି ବୈଠକରେ ନୂତନ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତି ନିଆଯାଇପାରେ। ତେବେ ଆଗାମୀ ଅଧ୍ୟକ୍ଷ ପଦ କାହାକୁ ଦିଆଯିବ ସେ ନେଇ ଏବେଠାରୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ଦଳ ଜଣେ ଅନୁଭବି ଏବଂ ବରିଷ୍ଠ ନେତାଙ୍କୁ ଦଳର ଦାୟୀତ୍ବ ଦେବ ନା ଜଣେ ଯୁବ ନେତାଙ୍କୁ ଅଧ୍ୟକ୍ଷ ପଦ ପାଇଁ ଚୟନ କରିବ ତାହା ଆଗକୁ ଜଣା ପଡିବ ।

ତେବେ ଦଳର ଅନେକ ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଦାୟୀତ୍ବ ଦେବାପାଇଁ ଦାବି କରିଥିବା ବେଳେ ଆଜି ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲିନ୍ଦ ଦେବଡା ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଉପରେ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ମୁଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ କଥାରେ ସହମତ । ଯୁବ, ସକ୍ଷମ, ପ୍ରଶାସନିକ ଓ ସାଂଗଠନିକ ସ୍ତରରେ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଭଳି ବ୍ୟକ୍ତି ନୂଆ କଂଗ୍ରେସ ଅଧ୍ୟକ୍ଷ ହେବା ଉଚିତ୍‌ ।

ମୋ ହିସାବରେ ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଏହି ସମସ୍ତ ଗୁଣ ରହିଛି । ସେମାନେ କଂଗ୍ରେସକୁ ମଜବୁତ କରିବାରେ ସକ୍ଷମ ଅଟନ୍ତି । କିଛି ନୁହେଁ ତ ସେମାନଙ୍କୁ ଅନ୍ତରିଣ ଅଧ୍ୟକ୍ଷ ରଖାଯିବ ଉଚିତ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details