ଗାନ୍ଧୀନଗର: ଭୂମିକମ୍ପରେ ଥରିଲା ଗୁଜୁରାଟ । ରବିବାର ଗୁଜରାଟର କଚ୍ଛ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।

ଏହି ଭୂମିକମ୍ପରେ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ରିପୋର୍ଟ ନାହିଁ । ତେବେ ଭୂମିକମ୍ପର ଗଭୀର 19.5 କିଲୋମିଟର ରେକର୍ଡ କରାଯାଇଛି ।
ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, କଚ୍ଛ ଜିଲ୍ଲା ଅତ୍ୟଧିକ ବିପଦପୂର୍ଣ୍ଣ ଭୂମିକମ୍ପ କ୍ଷେତ୍ରରେ ଅବସ୍ଥିତ।
ପ୍ରକାଶ ଥାଉକି, 2001 ଜାନୁୟାରୀ ମାସରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 6.9 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।