ଓଡିଶା

odisha

ETV Bharat / bharat

ଚମ୍ବାରେ ମୃଦୁ ଭୂକମ୍ପ ଝଟକା - ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ

ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମୃଦୁ ଭୂକମ୍ପ ଝଟକା । ସକାଳ ପ୍ରାୟ 11ଟା 31 ସମୟରେ ଜିଲ୍ଲାବାସୀ ଭୂକମ୍ପର ଝଟକା ଅନୁଭବ କରିଥିଲେ ।

ପ୍ରତୀକାତ୍ମକ ଫଟୋ

By

Published : Oct 29, 2019, 2:34 PM IST

ଶିମଲା: ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ମୃଦୁ ଭୂକମ୍ପ ଝଟକା । ସକାଳ ପ୍ରାୟ 11ଟା 31 ସମୟରେ ଜିଲ୍ଲାବାସୀ ଭୂକମ୍ପର ଝଟକା ଅନୁଭବ କରିଥିଲେ । ରିକ୍ଟର ସ୍କେଲର ଏହାର ତୀବ୍ରତା 3.4 ରେକର୍ଡ କରାଯାଇଛି । ଉତ୍ତର-ପୂର୍ବ ଚମ୍ବାରେ 5 କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି ।

ଚମ୍ବାରେ ମୃଦୁ ଭୂକମ୍ପ ଝଟକା

ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । କିନ୍ତୁ ମୃଦୁ ଭୂକମ୍ପ ଝଟକା ଯୋଗୁଁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଗୋଟିଏ ଦିନରେ ତିନି ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

ତେଣେ ଭୂକମ୍ପ ସୃଷ୍ଟି ଦିଗରେ ଚମ୍ବା ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଲୋକ ସାମାନ୍ୟ ଆତଙ୍କିତ ରହିଛନ୍ତି ।

ABOUT THE AUTHOR

...view details