ନୂଆଦିଲ୍ଲୀ: ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପେଓ ଓ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଆଜି ଭାରତରେ ପହଞ୍ଚିବେ । ଆସନ୍ତାକାଲି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଟୁ ପ୍ଲସ ଟୁ ବୈଠକରେ ଭାଗ ନେବେ । ଚଳିତ ମାସରେ ପୋମ୍ପେଓଙ୍କ ଏହା ଦ୍ବିତୀୟ ଗସ୍ତ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପମ୍ପିଓଙ୍କ ଭାରତ ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ରଖୁଛି ।
ଏହି ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା ହେବାର ଆଶଙ୍କା କରାଯାଉଛି । ଯେଉଁଥିରେ ପୂର୍ବ ଲଦାଖରେ ଚୀନର ଆକ୍ରମଣାତ୍ମକ ବ୍ୟବହାର ଠାରୁ ଆରମ୍ଭ କରି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନର ବିସ୍ତାରବାଦୀ ନୀତି ବିଷୟରେ ଆଲୋଚନା ହୋଇପାରେ ।