ପାଟଣା: ଲକଡାଉନ ପରେ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରବାସୀ । ସଂକ୍ରମଣ ଆଶଙ୍କାରେ ପ୍ରଥମେ ସମସ୍ତଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଉଛି । ହେଲେ ଏବେ ଲକ୍ଷଣ ନଥିବା ପ୍ରବାସୀ କ୍ବାରେଣ୍ଟାଇନ ରହିବେ ନାହିଁ ବୋଲି ବିହାର ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ,ତାମିଲନାଡୁ ରହିଛି । ସୁରଟ, ଅହମ୍ମଦାବାଦ, ମୁମ୍ବାଇ, ପୁଣେ, ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗୁରୁଗାଓଁ, ନୋଏଡା, କୋଲକାତା ଓ ବାଙ୍ଗାଲୁର ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରଖାଯିବ ।