ଓଡିଶା

odisha

3 ଶ୍ରମିକ ସ୍ପେଶାଲ ଟ୍ରେନରେ ତେଲେଙ୍ଗାନାରୁ ଓଡିଶା ଫେରିବେ 6000 ପ୍ରବାସୀ

By

Published : Jun 2, 2020, 3:03 PM IST

ହାଇଦ୍ରାବାଦର କରିମନଗର ଏବଂ ନିଜାମାବାଦ ଜିଲ୍ଲା ପ୍ରଶାସନ ମୋଟ 6 ହଜାର ପ୍ରବାସୀ ଶ୍ରମିକଙ୍କୁ 3ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ମଙ୍ଗଳବାର ଓଡିଶାକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

3 ଶ୍ରମିକ ସ୍ପୋଶାଲ ଟ୍ରେନରେ ତେଲେଙ୍ଗାନାରୁ ଓଡିଶା ଫେରିବେ 6000 ପ୍ରବାସୀ
3 ଶ୍ରମିକ ସ୍ପୋଶାଲ ଟ୍ରେନରେ ତେଲେଙ୍ଗାନାରୁ ଓଡିଶା ଫେରିବେ 6000 ପ୍ରବାସୀ

ହାଇଦ୍ରାବାଦ୍: କୋରୋନା ଲକଡାଉନ ସବୁ କିଛି ଠପ୍। ଅଖ ଚାଲୁନି କି ଚକ ଗଡୁନି। ଯିଏ ଯେଉଁଠି ଓ ଯେମିତି ଥିଲେ ସେହିପରି ଦୁର୍ଦ୍ଦଶାରେ ପଡିରହିଛନ୍ତି। ଏପରିସ୍ଥଳେ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆସିଥିବା ଶ୍ରମିକ ଅବସ୍ଥା ନକହିଲେ ଚଳେ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି। ଏହାସହ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ନିଜ ଜନ୍ମମାଟିରେ ପହଁଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି।

ଏପରିସ୍ଥଳରେ ହାଇଦ୍ରାବାଦର କରିମନଗର ଏବଂ ନିଜାମାବାଦ ଜିଲ୍ଲା ପ୍ରଶାସନ ମୋଟ 6 ହଜାର ପ୍ରବାସୀ ଶ୍ରମିକଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଆଜି ଓଡିଶାକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ସହିତ ପଞ୍ଜୀକୃତ ହୋଇଥିବା ପ୍ରବାସୀମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ତେଲେଙ୍ଗାନାରୁ ତିନୋଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଓଡିଶାକୁ ଗଡିବ। ଖବର ଅନୁଯାୟୀ, ରେଳ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍ ନିୟାମାବଳୀ ମାନି ସ୍କ୍ରିନିଂ କରାଯାଇ ଛଡାଯିବ।

"ବର୍ତ୍ତମାନ ସୁଦ୍ଧା ପ୍ରାୟ 170 ଟି ବସ୍ ଯୋଗେ ଉକ୍ତ ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରୁ ଆଣିବା ପାଇଁ ବସକୁ ସାନିଟାଇଜ୍ କରାଯାଇଛି। ଏହାପରେ ସେମାନଙ୍କ ସମସ୍ତ ତଥ୍ୟ ଓ ରେକର୍ଡକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ କଲେକ୍ଟର ଶ୍ୟାମପ୍ରସାଦ ଲାଲ କହିଛନ୍ତି।

ଯଦି ଏହି ସମୟରେ ପ୍ରବାସୀଙ୍କ ପାଖରେ କୋରୋନା ଲକ୍ଷଣ ଦେଖାଯିବା ସେମାନଙ୍କୁ ସିଧାସଳଖ କ୍ବାରେଣ୍ଟିନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ କଲେକ୍ଟର ଶଶାଙ୍କା ମଙ୍ଗଳବାର ରେଳ କାଉଣ୍ଟର ଯାଞ୍ଚ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ABOUT THE AUTHOR

...view details