ଓଡିଶା

odisha

ETV Bharat / bharat

ପ୍ରବାସୀ ଶ୍ରମିମକଙ୍କୁ ସକ୍ଷମ କରୁଛି ନାଗପୁର ମ୍ୟୁନିସିପାଲଟି - Migrant labourers undergoing skill development training

ଲକଡାଉନରେ ଫସିଥିବା ଶ୍ରମିକଙ୍କୁ ସକ୍ଷମ କରୁଛି ମହାରାଷ୍ଟ୍ରର ନାଗପୁର ମ୍ୟୁନିସିପାଲଟି । ଶ୍ରମିକ ଓ ଦିନମଜୁରିଆଙ୍କ ଦକ୍ଷତାକୁ ବିକାଶ କରାଯାଉଛି ।

ପ୍ରବାସୀ ଶ୍ରମିମକଙ୍କୁ ସକ୍ଷମ କରୁଛି ନାଗପୁର ମ୍ୟୁନିସିପାଲଟି
ପ୍ରବାସୀ ଶ୍ରମିମକଙ୍କୁ ସକ୍ଷମ କରୁଛି ନାଗପୁର ମ୍ୟୁନିସିପାଲଟି

By

Published : Apr 25, 2020, 10:35 AM IST

ମୁମ୍ବାଇ: ଲକଡାଉନରେ ପୁରା ଦେଶ । ଯିଏ ଯେଉଁଠି ଥିଲେ ସେମାନଙ୍କୁ ବାଧ୍ୟ ହୋଇ ସେଠାରେ ରହିବାକୁ ପଡିଛି । ମହାମାରୀ କୋରୋନା ଭାଇରସ ପାଇଁ କେନ୍ଦ୍ର ସରକାର ଏଭଳି କଠୋର ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଶହ ଶହ ଶ୍ରମିକ ଦିନ ମଜୁରିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେପଟେ, ସେମାନଙ୍କୁ ଏବେ ଆତ୍ମନିର୍ଭରଶୀଳ କରୁଛି ନାଗରପୁର ମ୍ୟୁନିସିପାଲିଟି ।

ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଜୀବନ ବିପଦ ଆଡକୁ ଠେଲି ହୋଇଯାଇଛି । କାମଧନ୍ଦା ବନ୍ଦ ପଡିବା ସହ ବଳକା ଟଙ୍କା ସରିବା ଉପରେ । ଏପଡେ ପୁଣି ପରିବାରର ଚିନ୍ତା । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ମ୍ୟୁନିସିପାଲଟି ଏମାନଙ୍କୁ ସକ୍ଷମ କରିବାକୁ ଉଦ୍ୟମ କରୁଛି । ଏମାନଙ୍କର ଭୋକିଲା ପେଟ ମୁଠାଏ ଦାନା ଦେବାକୁ ଚେଷ୍ଚା କରୁଛି ।

ନାଗପୁରର ଏକ ଆଶ୍ରୟୀ ସ୍ଥଳୀରେ କିଛି ପ୍ରବାସୀ ଶ୍ରମିକ ଓ ଗରିବ ଲୋକଙ୍କୁ ଦକ୍ଷତା ବିକାଶ କରାଯାଉଛି। ଯେଉଁମାନଙ୍କ ପାଖର ଦକ୍ଷତା ଅଛି କିମ୍ବା ଆଗ୍ରହ ଅଛି ସେମାନଙ୍କୁ ଏହି ତାମିଲ ଦିଆଯାଉଛି ବୋଲି କହିଛନ୍ତି ନାଗପୁର ମ୍ୟୁନିସିପାଲିଟି କମିଶନର ।

ABOUT THE AUTHOR

...view details