ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ପୁଣି ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଶ୍ରମିକ - corona effect

ଗତ ଶୁକ୍ରବାର ମହାରାଷ୍ଟ୍ରରୁ ଛତିଶଗଡ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ଟ୍ରେନ୍ ବାହାରିଛି । ଏହାପରେ, ଚନ୍ଦ୍ରପୁର ମେଡିକାଲ କଲେଜ ନିର୍ମାଣ ପାଇଁ ବାହାର ରାଜ୍ୟରୁ ମହାରାଷ୍ଟ୍ର ଆସିଥିବା ଶ୍ରମିକ ମାନେ ନିଜ ଘରକୁ ସେମାନଙ୍କୁ ପଠାଇବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Migrant laborer
ମହାରାଷ୍ଟ୍ରରେ ପୁଣି ରାସ୍ତାକୁ ଓହ୍ଲାଇ ଘରକୁ ଯିବାକୁ ଦାବି କଲେ ପ୍ରବାସୀ ଶ୍ରମିକ

By

Published : May 2, 2020, 4:29 PM IST

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆଜି(ଶନିବାର) ପୁଣି ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତାକୁ ଓହ୍ଲାଇଛନ୍ତି । ଶ୍ରମିକମାନେ ସେମାନଙ୍କୁ ନିଜ ଘରକୁ ପଠାଇବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ହଟିଥିଲେ ।

ମହାରାଷ୍ଟ୍ରରେ ପୁଣି ରାସ୍ତାକୁ ଓହ୍ଲାଇ ଘରକୁ ଯିବାକୁ ଦାବି କଲେ ପ୍ରବାସୀ ଶ୍ରମିକ

ଉଲ୍ଲେଖନୀୟ ଯେ, ଗତ ଶୁକ୍ରବାର ମହାରାଷ୍ଟ୍ରରୁ ଛତିଶଗଡ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ଟ୍ରେନ୍ ଛତିଶଗଡ ବାହାରିଥିଲା। ଆଉ ଏହାପରେ ଏହି ଶ୍ରମିକମାନେ ରାସ୍ତାରେ ଆସି ସେମାନଙ୍କୁ ନିଜ ଘରକୁ ପଠାଇବାକୁ ଦାବି କରିବା ଆରମ୍ଭ କଲେ। ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଲକଡାଉନ କାରଣରୁ ସେମାନେ ଏଠାରେ ଫସି ରହିଛନ୍ତି । ସେମାନେ ବେତନ ପାଉନାହାଁନ୍ତି କିମ୍ବା ଖାଦ୍ୟ ସାମଗ୍ରୀ ମଧ୍ୟ ପାଇପାରୁ ନାହାଁନ୍ତି । ତେଣୁ ସେମାନଙ୍କୁ ନିଜ ଘରକୁ ପଠାଇବାକୁ ଦାବି କରିଛନ୍ତି ।

ତେବେ ଏହି ଶ୍ରମିକମାନେ ଚନ୍ଦ୍ରପୁର ମେଡିକାଲ କଲେଜ ନିର୍ମାଣ କରୁଛନ୍ତି । ବିଲଡିଂ ନିର୍ମାଣ ପାଇଁ ମଧ୍ୟପ୍ରଦେଶ, ବିହାର, ଛତିଶଗଡରୁ ଶ୍ରମିକମାନେ ଆସିଥିଲେ। ଏହି ସମୟ ମଧ୍ୟରେ ଦେଶରେ ଲକଡାଉନ ଘୋଷଣା ହୋଇଥିଲା। ଏହି କାରଣରୁ, ଶ୍ରମିକମାନେ ସେଠାରେ ଅଟକି ରହିଛନ୍ତି ।

ଏହାପରେ କଣ୍ଟ୍ରାକ୍ଟରମାନେ ଏହି ଶ୍ରମିକମାନଙ୍କ ପାଇଁ ଖାଦ୍ୟ ଏବଂ ରହଣି ଦାୟିତ୍ବ ନେଇଥିଲେ । କିନ୍ତୁ ସେମାନେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି । ପୋଲିସ ଶ୍ରମିକ ମାନଙ୍କୁ ବୁଝାଇ ସୁଝାଇ ପଠାଇ ଦେଇଥିବାବେଳେ, ସମସ୍ୟାର ସମାଧାନ ପାଇଁ ଶ୍ରମିକଙ୍କ ପ୍ରତିନିଧୀ ଏବଂ କଣ୍ଟ୍ରାକ୍ଟରଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଛି ।

ABOUT THE AUTHOR

...view details