ଓଡିଶା

odisha

ETV Bharat / bharat

ଜୁନ 11ରେ ଭାରତରେ ଏଣ୍ଟ୍ରି ନେବ ଏମଆଇ ନୋଟବୁକ - ଭାରତରେ ଏମଆଇ ନୋଟବୁକ

ଅନଲାଇନ ଇଭେଣ୍ଟ ଜରିଆରେ ଭାରତରେ ଏଣ୍ଟ୍ରି ନେବାକୁ ଯାଉଛି ସାଓମିର ନୂଆ ପ୍ରଡକ୍ଟ ଏମଆଇ ନୋଟବୁକ । ଏହା ଆସନ୍ତା ଜୁନ 11ରେ ଲଞ୍ଚ ହେବା ନେଇ ସ୍ପଷ୍ଟ କରିଛି କମ୍ପାନୀ ।

mi, xiaomi, xiaomi india, mi notebook, mi notebook in india, latest technology news, ଏମଆଇ, ସାଓମି, ସାଓମି ଇଣ୍ଡିଆ, ଏମଆଇ ନୋଟବୁକ, ଭାରତରେ ଏମଆଇ ନୋଟବୁକ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଜୁନ 11ରେ ଭାରତରେ ଏଣ୍ଟ୍ରି ନେବ ଏମଆଇ ନୋଟବୁକ

By

Published : Jun 2, 2020, 1:37 AM IST

ହାଇଦ୍ରାବାଦ: ଅନଲାଇନ ଇଭେଣ୍ଟ ଜରିଆରେ ଭାରତରେ ଏଣ୍ଟ୍ରି ନେବାକୁ ଯାଉଛି ସାଓମିର ନୂଆ ପ୍ରଡକ୍ଟ ଏମଆଇ ନୋଟବୁକ । ଏହା ଆସନ୍ତା ଜୁନ 11ରେ ଲଞ୍ଚ ହେବା ନେଇ ସ୍ପଷ୍ଟ କରିଛି କମ୍ପାନୀ । ଏହା ଭାରତୀୟ ସମୟ ଅନୁଯାୟୀ ଦିନ 12ଟାରେ ଏମଆଇ ସୋସିଆଲ ପ୍ଲାଟଫର୍ମରେ ଓ ଏମଆଇ.କମରେ ଅନୁଷ୍ଠିତ ଅନଲାଇନ ଇଭେଣ୍ଟରେ ଭାରତରେ ଲଞ୍ଚ କରାଯିବ । ଏନେଇ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ସାଓମିର ଭାଇସ ପ୍ରେସିଡେଣ୍ଟ ମନୁ ଜୈନ ।

ତେବେ ଭାରତୀୟ ୟୁଜର୍ସଙ୍କୁ ଏହି ନୋଟବୁକ ଲଞ୍ଚି ବିଷୟରେ ଅଧିକ ସୂଚନା ଦେଇ ମନୁ କହିଛନ୍ତି କି ଏହା ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏହା ଭାରତରେ ପ୍ରଚଳିତ ଏମଆଇ ନୋଟବୁକ ସିରିଜର ଏକ ସମ୍ପୂର୍ଣ୍ଣ ନୂଆ ଓ ସ୍ବତନ୍ତ୍ର ଆଡିସନ । ଭାରତୀୟ ୟୁଜର୍ସଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହାକୁ ଲାଟେଷ୍ଟ ଟେକ୍ନୋଲୋଜି ସହ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ ମୁତାବକ ଏହି ନୋଟବୁକ ହେଉଛି ରେଡମିବୁକ 13ର ରିବ୍ରାଣ୍ଡେଡ ଭର୍ସନ । ଗତବର୍ଷ ଡିସେମ୍ବର ମାସରେ ଚୀନରେ ରେଡମିବୁକ 13 ଲଞ୍ଚ ହୋଇଥିବା ବେଳେ ଏହା ନୂଆ ଭର୍ସନ ଭାରତରେ ଲଞ୍ଚ ହେବ । ଏଥିରେ 13.3 ଇଞ୍ଚର ଫୁଲ ଏଚଡି(1920 x 1080 ପିକ୍ସେଲ) ରିଜୋଲ୍ୟୁସନ ସହ ଆଣ୍ଟି-ଗ୍ଲେୟାର ଡିସପ୍ଲେ ରହିଛି । ସାଥିରେ ତିନି ପାର୍ଶ୍ବରେ 4.65 ମିଲିମିଟରର ବେଜେଲ ରହିଛି । ଏହି ନୋଟବୁକର ଡିସପ୍ଲେରେ 178 ଡିଗ୍ରୀ ୱାଇଡ-ରେଞ୍ଜିଂ ଭିୟୁ ସହ 250 ନିଟ ବ୍ରାଇଟନେସ ରହିବ । ଏହା 16.3 ମିଲିମିଟର ପତଳା ହୋଇଥିବା ବେଳେ ଏହାର ଓଜନ 1.23 କିଲୋଗ୍ରାମ ରହିବା ନେଇ ଜଣା ପଡିଛି ।

@IANS

ABOUT THE AUTHOR

...view details