ଓଡିଶା

odisha

ETV Bharat / bharat

'ଅମ୍ଫାନ' କ୍ଷୟକ୍ଷତି ଆକଳନ କରିବାକୁ ପଶ୍ଚିମବଙ୍ଗ ଯିବ କେନ୍ଦ୍ରୀୟ ଟିମ୍

ବାତ୍ୟା ଅମ୍ଫାନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । ରାଜ୍ୟର ଏପରି ସ୍ଥିତିକୁ ସୁଧାରିବା ପାଇଁ ଖୁବ ଶୀଘ୍ର ଗୃହମନ୍ତ୍ରାଳୟ ଏକ ଟିମ ପଶ୍ଚିମବଙ୍ଗକୁ ପଠାଇବ । ସୋମବାର କେନ୍ଦ୍ର ସରକାର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

MHA will send a central team to acsess the damages in wb
'ଅମ୍ଫାନ' କ୍ଷୟକ୍ଷତି ଆକଳନ କରିବାକୁ ପଶ୍ଚିମବଙ୍ଗ ଯିବ କେନ୍ଦ୍ରୀୟ ଟିମ୍

By

Published : May 25, 2020, 8:11 PM IST

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । ରାଜ୍ୟର ଏପରି ସ୍ଥିତିକୁ ସୁଧାରିବା ପାଇଁ ଖୁବ ଶୀଘ୍ର ଗୃହମନ୍ତ୍ରାଳୟ ଏକ ଟିମ ପଶ୍ଚିମବଙ୍ଗକୁ ପଠାଇବ । ସୋମବାର କେନ୍ଦ୍ର ସରକାର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

'ଅମ୍ଫାନ' କ୍ଷୟକ୍ଷତି ଆକଳନ କରିବାକୁ ପଶ୍ଚିମବଙ୍ଗ ଯିବ କେନ୍ଦ୍ରୀୟ ଟିମ୍

ବର୍ତ୍ତମାନ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସୋମବାର ଚତୁର୍ଥ ଥର ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟି ବୈଠକ କରିଛି । ଏହି ସମୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବଙ୍ଗଳାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର ଗୃହ ମନ୍ତ୍ରଣାଳୟ ଏକ କେନ୍ଦ୍ରୀୟ ଟିମ୍ ପଠାଇବ ।

ପ୍ରକାଶ ଥାଉକି, ଏନଡିଆରଏଫ ଟିମ୍ ଅମ୍ଫାନ ଦ୍ୱାରା ରାଜ୍ୟରେ ଉପୁଜିଥିବା ଖରାପ ସ୍ଥିତିକୁ ସ୍ବାଭାବିକ କରିବାକୁ ଦିନରାତି ଏକ କରି କାମ କରୁଛନ୍ତି । ଟିମର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ରାଜ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଏନଡିଆରଏଫ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ବାତ୍ୟା କାରଣରୁ ରାଜ୍ୟରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅନେକ ଘର ଭୁଶୁଡି ପଡିବା ସହ ଗଛ ଉପୁଡ଼ି ଯାଇଛି ଏବଂ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିଯାଇଛି ।

ପଶ୍ଚିମବଙ୍ଗ ସରକାର ରାଜ୍ୟରେ କ୍ଷତିଗ୍ରସ୍ତ ଅତ୍ୟାବଶ୍ୟକ ଭିତ୍ତିଭୂମି ଏବଂ ସେବାକୁ ତୁରନ୍ତ ପୁନରୁଦ୍ଧାର ପାଇଁ ସେନାର ସହାୟତା ଲୋଡିଥିଲେ । ଯାହାର କିଛି ଘଣ୍ଟା ପରେ ଶନିବାର କୋଲକାତା ଏବଂ ପଡୋଶୀ ଜିଲ୍ଲାରେ ସେନା ମୁତୟନ କରାଯାଇଥିଲା । ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ କୋଲକାତା ଏବଂ ଉତ୍ତର ଓ ଦକ୍ଷିଣ 24 ପରଗନା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଶୁକ୍ରବାର ଦକ୍ଷିଣ ଏବଂ ଉତ୍ତର 24 ପରଗନା ଜିଲ୍ଲାର ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ସର୍ବେକ୍ଷଣ କରିଥିଲେ ।

ABOUT THE AUTHOR

...view details