ଓଡିଶା

odisha

ETV Bharat / bharat

ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନେଉ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଯେଉଁ ଚିଠିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ବେଳେ କୌଣସି ତ୍ରୁଟି ଘଟିଲେ ଏହାର ତଦନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚାଇଥିବା ବେଳେ ଦାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

By

Published : Oct 10, 2020, 2:00 PM IST

ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ
ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନେଉ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଯେଉଁ ଚିଠିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ବେଳେ କୌଣସି ତ୍ରୁଟି ଘଟିଲେ ଏହାର ତଦନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚାଇଥିବା ବେଳେ ଦାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ, ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଡ ଦ୍ବାରା ଜାରି ମହିଳାଙ୍କ ଉପରେ ହୋଇଥିବା ଦୁଷ୍କର୍ମ ଘଟଣାର ତଦନ୍ତ ତଥା ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର (ଏସଓପି) ପାଳନ କରାଯିବା ଆବଶ୍ୟକ।

ସେହିପରି ଭାରତ ସରକାର ମଧ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବିଭିନ୍ନ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ମହିଳାମାନଙ୍କ ପ୍ରତି ଅପରାଧ ମାମଲାରେ ପୋଲିସ ଦ୍ବାରା କରାଯାଉଥିବା ତଦନ୍ତର ଉପରେ ଗୁରୁତ୍ବାରୋପ କରାଯାଇଛି । ଯେଉଁଥିରେ ଯୌନ ନିର୍ଯାତନା ଏବଂ ମାମଲାରେ ଏଫଆଇଆର ରେଜିଷ୍ଟ୍ରେସନ ସାମିଲ କରାଯାଇଛି ।

ମନ୍ତ୍ରଣାଳୟ ଆହୁରୀ ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ଏଫଆଇଆର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଣୁ ମନ୍ତ୍ରଣାଳୟ ଆଇନରେ ଥିବା ନିୟମାବଳୀକୁ କଡାକଡି ପାଳନ କରିବାକୁ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି ।

ABOUT THE AUTHOR

...view details