ଓଡିଶା

odisha

ETV Bharat / bharat

300 CAPF ଙ୍କୁ ବିହାର ପଠାଇବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ - ବାଜିସାରିଲାଣି ବିହାର ନିର୍ବାଚନ ବିଗୁଲ

ବିହାର ନିର୍ବାଚନରେ ମତଦାନକୁ ଶାନ୍ତିପୂର୍ଣ୍ଣ କରିବାକୁ ଏବେ ଚାଲିଛି କସରତ। ତେବେ ଏହାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) 300 କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)କୁ ପ୍ରଥମେ ବିହାରକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

300 CAPF ବାହିନୀଙ୍କୁ ବିହାରକୁ ପଠାଇବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ
300 CAPF ବାହିନୀଙ୍କୁ ବିହାରକୁ ପଠାଇବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

By

Published : Sep 27, 2020, 5:09 PM IST

ପାଟନା: ବାଜିସାରିଲାଣି ବିହାର ନିର୍ବାଚନ ବିଗୁଲ। ମତଦାନକୁ ଶାନ୍ତିପୂର୍ଣ୍ଣ କରିବାକୁ ଏବେ ଚାଲିଛି କସରତ। ତେବେ ଏହାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) 300 କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(CAPF)କୁ ପ୍ରଥମେ ବିହାରକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଆଇଟିବିପି,ସିଆଇଏସଏଫ,ସିଆରପିଏଫ,ଏସଏସବି,ଆରପିଏଫ ଓ ବିଏସଏଫ ସୈନ୍ୟ ମାନେ ମଧ୍ୟ ଶୀଘ୍ର ବିହାରରେ ସୁରକ୍ଷା ନିୟନ୍ତ୍ରଣ ପାଇଁ ପହଞ୍ଚିବେ। ନିୟୋଜିତ ହେବାକୁ ଥିବା ସିଏପିଏଫର ସମୁଦାୟ ସିଓୟାଇଏସ ସଂଖ୍ୟା ହେଉଛି, ସିଆରପିଏଫର 80, ବିଏସଏଫ 55, ସିଆଇଏସଏଫ 50, ଏସଏସବି 70, ଆଇଟିବିପି 30, ଏବଂ ଆରପିଏଫ 15 ।

ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଛି ଯେ ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅକ୍ଟୋବର 28, ଏବଂ ନଭେମ୍ବର 3 ଏବଂ 7 ରେ ହେବ ଏବଂ ନଭେମ୍ବର 10 ରେ ହେବାକୁ ଥିବା ଭୋଟ୍ ଗଣନା କରାଯିବ। ବିହାରରେ 243 ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଅକ୍ଟୋବର-ନଭେମ୍ବରରେ ହେବ ଏବଂ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ABOUT THE AUTHOR

...view details