ଓଡିଶା

odisha

By

Published : Jul 29, 2020, 8:33 PM IST

Updated : Jul 29, 2020, 8:47 PM IST

ETV Bharat / bharat

ଆସିଲା ଅନଲକ-3 ଗାଇଡଲାଇନ: ଅଗଷ୍ଟ 5ରୁ ଖୋଲିବ ଜିମ, ଉଠିଲା ରାତ୍ରକାଳୀନ କର୍ଫ୍ୟୁ

ଅନଲକ୍-3 ପାଇଁ କେନ୍ଦ୍ର ସରକାର ଗାଇଡଲାଇନ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇ଼ଡଲାଇନରେ ଅଗଷ୍ଟ 5 ରୁ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥି ସହ ସରକାର ରାତ୍ରକାଳୀନ କର୍ଫ୍ୟୁ ହଟାଇ ଦେଇଛନ୍ତି ।

ଅଗଷ୍ଟ 5 ରୁ ଖୋଲିବ ଜିମ୍‌
ଅଗଷ୍ଟ 5 ରୁ ଖୋଲିବ ଜିମ୍‌

ନୂଆଦିଲ୍ଲୀ: ଅନଲକ୍ -3 ପାଇଁ କେନ୍ଦ୍ର ସରକାର ଗାଇଡଲାଇନ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇ଼ଡଲାଇନରେ ଅଗଷ୍ଟ 5 ରୁ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥି ସହ ସରକାର ରାତ୍ରକାଳୀନ କର୍ଫ୍ୟୁ ହଟାଇ ଦେଇଛନ୍ତି । ସେପଟେ ଅନଲକ-3ରେ ମେଟ୍ରୋ, ରେଳ ଏବଂ ସିନେମା ହଲ ପାଇଁ ପ୍ରତିବନ୍ଧକ ଜାରି ରହିବ। ସେହିପରି ଅଗଷ୍ଟ 31 ପର୍ଯ୍ୟନ୍ତ ସ୍କୁଲ କଲେଜ ଏବଂ କୋଚିଂ ସେଣ୍ଟର ଗୁଡିକ ବନ୍ଦ ରହିବ ।

ନଲକ-3 ଗାଇଡଲାଇ

ଜନସମାଗମ ହେଉଥିବା ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଏବଂ ମନୋରଞ୍ଜନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଜାରି ରହିବ ।

ନଲକ-3 ଗାଇଡଲାଇ

ବନ୍ଦେ ଭାରତ ମିଶନ ଅଧୀନରେ ସୀମିତ ସଂଖ୍ୟକ ଅନ୍ତର୍ଜାତୀୟ ବିମାନକୁ ଯାତ୍ରା ଅନୁମତି ଦିଆଯାଇଛି । ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ସରକାର ନିଷ୍ପତ୍ତି ନେବେ । ମେଟ୍ରୋ ରେଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ବାର୍, ଅଡିଟୋରିୟମ୍, ଆସେମ୍ବଲି ହଲ୍ ପୂର୍ବ ପରି ବନ୍ଦ ରହିବ । ଏଥି ସହିତ 31 ଅଗଷ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ ଜାରି ରହିବ । କଣ୍ଟେନମେଣ୍ଟ ଜୋନରେ ପ୍ରତିବନ୍ଧକ ଜାରି ରହିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ନଲକ-3 ଗାଇଡଲାଇ

ନୂତନ ଗାଇଡଲାଇନ କଣ୍ଟେନମେଣ୍ଟ ଜୋନ୍ ନଥିବା ଅଞ୍ଚଳରେ ଲାଗୁ ହେବ । ଅଗଷ୍ଟ 1ରୁ ଅନଲକ୍ -3 ପ୍ରଯୁଜ୍ୟ ହେବ । ତେବେ ଜାରି କରାଯାଇଥିବା ନୂତନ ଗାଇଡଲାଇନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ମତାମତ ଉପରେ ଆଧାରିତ ଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନଲକ-3 ଗାଇଡଲାଇ
Last Updated : Jul 29, 2020, 8:47 PM IST

ABOUT THE AUTHOR

...view details