ଓଡିଶା

odisha

ETV Bharat / bharat

ଶାହାଙ୍କ କୋରୋନା ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିଲା ଗୃହ ମନ୍ତ୍ରାଳୟ - 'negative' COVID-19 test result, says 'test not been conducted so far'

ଗୃହମନ୍ତ୍ରୀ ଅମିତ ଶାହାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଟ୍ୱିଟ କରି ଜଣାଇଥିଲେ ବିଜେପି ନେତା ମନୋଜ ତିୱାରୀ । ଏହାର କିଛି ଘଣ୍ଟା ପରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇ କହିଛି ଯେ ଏପର୍ଯ୍ୟନ୍ତ କୌଣସି ପରୀକ୍ଷା କରାଯାଇନାହିଁ । ତେବେ ଏନେଇ ଏବେ ଦ୍ବନ୍ଦ ଉପୁଜିଛି ।

ଶାହାଙ୍କ କୋରୋନା ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିଲା ଗୃହମନ୍ତ୍ରାଳୟ
ଶାହାଙ୍କ କୋରୋନା ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିଲା ଗୃହମନ୍ତ୍ରାଳୟ

By

Published : Aug 9, 2020, 3:32 PM IST

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଟ୍ୱିଟ କରି ଜଣାଇଥିଲେ ବିଜେପି ନେତା ମନୋଜ ତିୱାରୀ । ଏହାର କିଛି ଘଣ୍ଟା ପରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇ କହିଛି ଯେ ଏପର୍ଯ୍ୟନ୍ତ କୌଣସି ପରୀକ୍ଷା କରାଯାଇନାହିଁ । ତେବେ ଏନେଇ ଏବେ ଦ୍ବନ୍ଦ ଉପୁଜିଛି ।

ସୂଚନା ଯୋଗ୍ୟ, ଅଗଷ୍ଟ 2 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ମେଡାଣ୍ଟା ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ ।

ସେ ଟ୍ୱିଟ କରି କହିଥିଲେ କୋରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କଲି ଏବଂ ରିପୋର୍ଟ ପଜିଟିଭ ଆସିଥିଲା । ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଅନୁରୋଧ କରୁଛି ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ନିଜକୁ କ୍ୱାରେନଣ୍ଟାଇନରେ ରଖନ୍ତୁ ।

ଏହି ଖବର ପ୍ରସାରିତ ହେବା ପରେ ବିଜେପି ସଭାପତି ଜେ.ପି ନାଡଡା, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ରାଜନୈତିକ କ୍ଷେତ୍ରର ଶୀର୍ଷ ରାଜନେତାମାନେ ଶାହାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଏହା ପୂର୍ବରୁ ବିଜେପି ନେତା ଜ୍ୟୋତିରାଦିତ୍ୟ ସନ୍ଧିଆ ଏବଂ ଦଳର ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସଂକ୍ରମିତ ହୋଇଥିଲେ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପଜିଟିଭ୍ ପରୀକ୍ଷା ଚିହ୍ନଟ ହେବାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details