ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍ ଡାଉନ୍କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାହାରୁ ଆସୁଥିବା ସମସ୍ତ ଶ୍ରମିକଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କୋରୋନା ଭାଇରସର ଆତଙ୍କ ପରେ ଦେଶର ଶହ ଶହ ଦିନ ମଜୁରିଆ, ଶ୍ରମିକ ଚାଲିଚାଲି ବିଭିନ୍ନ ସହରରେ ମଧ୍ୟରେ ପ୍ରବେଶ କରୁଛନ୍ତି । ତେଣୁ ଏହାକୁ ଦୃଷ୍ଚିରେ ରଖି ପ୍ରଥମେ ସେମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।