ଓଡିଶା

odisha

ETV Bharat / bharat

‘ଭିସା ରଦ୍ଦ, ତୁରନ୍ତ ଭାରତ ଛାଡ’ - ferdous-ahmed

ଅଭିନେତା ଫିରଦୌସ ଅହମଦଙ୍କ ଭିସା ରଦ୍ଦ କଲା ଗୃହ ମନ୍ତ୍ରଣାଳୟ। ଏହା ସହିତ ତାଙ୍କୁ ତୁରନ୍ତ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 16, 2019, 8:40 PM IST

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର କରିବା ବାଂଲାଦେଶୀ ଅଭିନେତାଙ୍କୁ ମହଙ୍ଗା ପଡିଲା। ତୃଣ ମୂଳ କଂଗ୍ରେସ ପାଇଁ ପ୍ରଚାର କରୁଥିବା କଳାକର ଫିରଦୌସ ଅହମଦଙ୍କ ଭିସା ରଦ୍ଦ କରିଦିଆ ଯାଇଛି । ଏହା ସହିତ ତାଙ୍କୁ ତୁରନ୍ତ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି। ଏପରିକି ଫିରଦୌସଙ୍କୁ କଳାତାଲିକା ଭୁକ୍ତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ଆବ୍ରଜନ ବ୍ୟୁରୋ ତରଫରୁ ଅଭିନେତାଙ୍କ ଦ୍ବାରା ଭିସା ଉଲ୍ଲଙ୍ଘନ ରିପୋର୍ଟ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଅହମଦଙ୍କ ବ୍ୟବସାୟୀକ ଭିସାକୁ ରଦ୍ଦ କରିଛି । ଏହା ବ୍ୟତିତ ତାଙ୍କୁ ବ୍ଲାକ ଲିଷ୍ଟ ମଧ୍ୟ କରାଯାଇଛି।

ସୂଚନା ଯୋଗ୍ୟ ଯେ, ବାଙ୍ଗଲାଦେଶୀ ଅଭିନେତା ଅଭିନେତା ଫିରଦୌସ ଅହମଦ ଟିଏମସି ପାଇଁ ନିର୍ବାଚନ ପ୍ରଚାର କରୁଥିଲେ । ସେ ଉତ୍ତର ଦିନାଜପୁର ଜିଲ୍ଲାରେ ଟିଏମସିର ରାଜଗଙ୍ଗ ଲୋକସଭା ପ୍ରାର୍ଥୀ କହ୍ନେୟା ଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରୁଥିଲେ । ତେବେ ଏନେଇ ଅଭିଯୋଗ ହେବା ପରେ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କଠାରୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ABOUT THE AUTHOR

...view details