ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟର ରିଲିଫ ଆଶ୍ରୟସ୍ଥଳୀ ଓ କ୍ୟାମ୍ପରେ ଗୁଡିକରେ ରଖାଯାଇଥିବା ପ୍ରବାସୀ ଶ୍ରମିକମାନଙ୍କ ହିତ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ।
ଗୃହ ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ‘ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ବ୍ୟତୀତ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ତାଲିମପ୍ରାପ୍ତ ପରାମର୍ଶଦାତା କିମ୍ବା ସମ୍ପ୍ରଦାୟିକ ନେତା ବା ବିଭିନ୍ନ ଧାର୍ମିକ ଗୋଷ୍ଠୀର ନେତାମାନେ କ୍ୟାମ୍ପ ପରିଦର୍ଶନ କରିବା ଉଚିତ । ଏହାସହ ପ୍ରବାସୀ ଶ୍ରମିକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହାକୁ ମୁକାବିଲା କରିବା ଉଚିତ୍ ବୋଲି ଏଥିରେ କୁହାଯାଇଛି ।