ଓଡିଶା

odisha

By

Published : Sep 7, 2020, 7:45 AM IST

ETV Bharat / bharat

5 ମାସ ପରେ ଆଜିଠୁ ଗଡିବ ମେଟ୍ରୋ, ଯାତ୍ରା ପୂର୍ବରୁ ଜାଣନ୍ତୁ କଣ ରହିଛି ନିୟମ...

ଆଜିଠୁ ପଟ୍ରିରେ ପୁଣି ଗଡିବ ମେଟ୍ରୋ । କୋରୋନା ପିକ୍‌ ସମୟରେ ଲୋକଙ୍କ ସୁବିଧା ଯୋଗାଇବା ସହ ଆର୍ଥିକ ସ୍ଥିତିରେ ସୁଧାରିବାକୁ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ଗାଇଡାଲାଇନ ମଧ୍ୟ ଜାରି ହୋଇଛି । ଅଧିକ ପଢନ୍ତୁ...

5 ମାସରେ ଦେଶରେ ପ୍ରମୁଖ ସହରରେ ଗଡିବ ମେଟ୍ରୋ
5 ମାସରେ ଦେଶରେ ପ୍ରମୁଖ ସହରରେ ଗଡିବ ମେଟ୍ରୋ

ନୂଆଦିଲ୍ଲୀ: ଆଜିଠୁ ଦେଶର ପ୍ରମୁଖ ସହରରେ ପୁଣି ଗଡିବ ମେଟ୍ରୋ । କୋରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ପାଇଁ ଅଟକି ରହିଥିଲା ମେଟ୍ରୋ ସେବା । ଦୀର୍ଘ 5 ମାସ ପରେ କେନ୍ଦ୍ର ସରକାର ପୁନଃ ମେଟ୍ରୋ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ତେବେ ଦେଶରେ କୋରୋନା ସଂକ୍ରମଣ ଥମି ନଥିବାରୁ କେତେକ କଟକଣା ଜାରି କରାଯାଇଛି ।

ପ୍ରତ୍ୟେକ ଯାତ୍ରୀ ଯେଉଁମାନେ ମେଟ୍ରୋରେ ଯାତାୟାତ କରିବେ ସମସ୍ତେ ଆରୋଗ୍ୟ ସେତୁ ଆପ୍‌କୁ ଡାଉନଲୋଡ କରିବାକୁ ପଡିବ । ମେଟ୍ରୋରେ କେବଳ କୋରୋନା ଲକ୍ଷଣବିହୀନ ଲୋକେ ହିଁ ଗମନାଗମନ କରିବାକୁ ଅନୁମତି ଦିଆଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନଗୁଡିକରେ ମେଟ୍ରୋ ସେବା ଉପଲବ୍ଧ ହେବ ନାହିଁ । ଏବଂ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ମାତ୍ରେ ପ୍ରତ୍ୟେକଙ୍କ ଥର୍ମାଲ ଚେକିଂ କରାଯିବ ।

କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଆଧାର କରି ଦିଲ୍ଲୀ, ନୋଏଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ -1, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ(ନାଗପୁର), କୋଲକାତା ସମେତ ଗୁଜୁରାଟ ଓ ଉତ୍ତରପ୍ରଦେଶରେ ମେଟ୍ରୋ ସେବା ଯୋଗାଇ ଦିଆଯିବ । ତେବେ ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରେକର୍ଡ ହୋଇଥିବାରୁ ସେଠାରେ ଚଳିତ ମାସ ପୁନଃ ଚଳାଚଳା ପାଇଁ ଅନୁମତି ମିଳିନାହିଁ ।କେନ୍ଦ୍ରର ଗାଇଡଲାଇନ ଅନୁସାରେ, କର୍ତ୍ତୃପକ୍ଷ କ୍ୟାସ କଲେକ୍ସ ଓ ଟୋକେନ ବ୍ୟବସ୍ଥାକୁ ରୋକିବାକୁ ଚେଷ୍ଟା କରିବେ । ଷ୍ଟେସନ ଏବଂ ଟ୍ରେନରେ ଭିଡ଼ ନିୟନ୍ତ୍ରଣ କରିବାକୁ ପଡିବ ।

ଏହାର ବ୍ୟାପକ ବ୍ୟାପକ ନେଟୱାର୍କ ଥିବା ଦିଲ୍ଲୀରେ ମେଟ୍ରୋ ଏହାର ସେବା କେବଳ ୟେଲୋ ଲାଇନରେ ଅନୁମତି ମିଳିଛି ।169 ଦିନ ପରେ ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବାକୁ ଯାଉଛି ଉତ୍ତର ଦିଲ୍ଲୀର ସାମ୍ୟପୁର ବାଡଲି ଠାରୁ ଜାତୀୟ ରାଜଧାନୀ ନିକଟରେ ଥିବା ହରିୟାଣାର ଗୁରୁଗାଁଓ HUDA ସିଟି ସେଣ୍ଟର ପର୍ଯ୍ୟନ୍ତ ଆରମ୍ଭ ହେବ। ଆଗାମୀ ଦିନ ଅନ୍ୟ ଧାଡ଼ିରେ ସେବାର ପୁନର୍ବାର ଆରମ୍ଭ ହେବ ।

ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ନେଟୱାର୍କରେ ପ୍ରାୟ 1000 ଅତିରିକ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଆଜି ଯାତ୍ରୀମାନଙ୍କୁ ଯାତ୍ରା ପାଇଁ ଅତିରିକ୍ତ ସମୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି କାରଣ ସାମାଜିକ ଦୂରତା ନିୟମ ଯୋଗୁଁ ପ୍ରତ୍ୟେକ ଟ୍ରେନର ପରିବହନ କ୍ଷମତା ପ୍ରାୟ 20 ପ୍ରତିଶତକୁ ହ୍ରାସ ପାଇବ।

ABOUT THE AUTHOR

...view details