ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ପୋଲିସଙ୍କ ପାଇଁ ଆରମ୍ଭ ହେଲା ମେଟ୍ରୋ ସେବା - ଦିଲ୍ଲୀରେ ମେଟ୍ରୋ ସେବା

ରାଜଧନୀ ଦିଲ୍ଲୀରେ ଲକଡାଉନ ସମୟରେ ପୋଲିସ୍ କର୍ମଚାରୀଙ୍କ ଯାତାୟାତ ପାଇଁ ଆରମ୍ଭ ହୋଇଛି ମେଟ୍ରୋ ସେବା । ଆଇ-କାର୍ଡ ଦେଖାଇଲେ ହିଁ ମେଟ୍ରୋରେ ଯାତ୍ରା କରିପାରିବେ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

Metro service launched for police personnel in Delhi
ଦିଲ୍ଲୀରେ ପୋଲିସ୍ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ମେଟ୍ରୋ ସେବା

By

Published : Mar 25, 2020, 3:21 PM IST

ନୂଆଦିଲ୍ଲୀ: ରାଜଧନୀ ଦିଲ୍ଲୀରେ ଲକଡାଉନ ସମୟରେ ପୋଲିସ୍ କର୍ମଚାରୀଙ୍କ ଯାତାୟାତ ପାଇଁ ଆରମ୍ଭ ହୋଇଛି ମେଟ୍ରୋ ସେବା । ସେମାନଙ୍କ ସେବା ପାଇଁ ସକାଳେ ଦୁଇଟି ମେଟ୍ରୋ ଏବଂ ସନ୍ଧ୍ୟାରେ ଦୁଇଟି ମେଟ୍ରୋ ଉପଲବ୍ଧ ରହିବ । ଏଥିରେ କେବଳ ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଯାତ୍ରା କରିବାକୁ ସୁଯୋଗ ମିଳିବା ବେଳେ ସାଧାରଣ ନାଗରିକଙ୍କୁ ମେଟ୍ରୋ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସାରା ଦେଶ ଲକଡାଉନ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ପୋଲିସ କ୍ରମାଗତ ଭାବେ ଡ୍ୟୁଟି କରୁଛନ୍ତି । ଫଳରେ ଘରୁ ଡ୍ୟୁଟିକୁ ଯିବା ଆସିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପୋଲିସ କମିଶନର ମଞ୍ଜିତ (ଦିଲ୍ଲୀ ମେଟ୍ରୋ ରେଳ ନିଗମ)DMRC ଙ୍କ ସହ କଥା ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀରେ ପୋଲିସ୍ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ମେଟ୍ରୋ ସେବା
ଦିଲ୍ଲୀରେ ପୋଲିସ୍ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ମେଟ୍ରୋ ସେବା

ମେଟ୍ରୋରେ ଯାତ୍ରା କରିବାକୁ ହେଲେ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ ଆଇ-କାର୍ଡ ଦେଖାଇବାକୁ ପଡିବ। ପୋଲିସ୍ ୟୁନିଫର୍ମ ପିନ୍ଧିଥିବା ବେଳେ ହିଁ ସେମାନେ ମେଟ୍ରୋ ଭିତରେ ଅସ୍ତ୍ରଶସ୍ତ୍ର ନେଇ ପାରିବେ ବୋଲି ପୋଲିସ କମିଶନର ମଞ୍ଜିତ ସୂଚନା ଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ସହଯୋଗ କରିବେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details