ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ନିର୍ଭୟାଙ୍କୁ ନ୍ୟାୟ, ଫାଶୀ ଦଣ୍ଡ ହେବ କାର୍ଯ୍ୟକାରୀ - , preparations for hanging started of nirbhaya accused

ନିର୍ଭୟା ଗଣଦୁଷ୍କର୍ମରେ ଜଡିତ ଥିବା ସମସ୍ତ ଦୋଷୀଙ୍କ ଖୁବଶୀଘ୍ର ଫାଶୀ ଦିଆଯିବ। ଆସାମୀ ବିନୟ ଶର୍ମାଙ୍କ ରାଜକ୍ଷମା ଯାଚିକା ଖାରଜ ହେବା ପରେ ସମସ୍ତ ଆସାମୀଙ୍କୁ ମିଳିଥିବା ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ପାଇଁ ରାସ୍ତା ଫିଟିଛି।

preparations for hanging started
ଫାଇଲ ଫଟୋ

By

Published : Dec 8, 2019, 12:16 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମରେ ଥିବା ସମସ୍ତ ଦୋଷୀଙ୍କ ଖୁବଶୀଘ୍ର ଫାଶୀ ଦିଆଯିବ। ମୁଖ୍ୟ ଆସାମୀ ବିନୟ ଶର୍ମାଙ୍କ ରାଜକ୍ଷମା ଯାଚିକା ଖାରଜ ହେବା ପରେ ସମସ୍ତ ଆସାମୀଙ୍କୁ ମିଳିଥିବା ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ପାଇଁ ରାସ୍ତା ଫିଟିଛି। କେବଳ ସୁପ୍ରିମକୋର୍ଟରୁ ‘ଡେଥ୍ ୱାରେଣ୍ଟ’ ଆସିବା ପରେ ଫାଶୀ ଦିଆଯିବ।

ତିହାର ଜେଲରେ ବର୍ତ୍ତମାନ କେହି ସରକାରୀ ଜଲ୍ଲାଦ୍ ନାହାଁନ୍ତି। ସେଥିପାଇଁ ଦକ୍ଷିଣ ଓ ଉତ୍ତର ଭାରତରେ ଥିବା ଜେଲର ଅଧିକାରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରାଯାଇଛି। ଏହାପୂର୍ବରୁ ଅଫଜଲ୍ ଗୁରୁକୁ ଫାଶୀ ଦେବା ସମୟରେ ମଧ୍ୟ କୌଣସି ଜଲ୍ଲାଦ ନଥିଲେ। ଜେଲର ଜଣେ ଅଧିକାରୀ ଫାଶୀ ଦେଇଥିଲେ।

ଏଭଳି ପରିସ୍ଥିତି କୌଣସି ଜଲ୍ଲାଦଙ୍କୁ ନିଯୁକ୍ତି ଦିଆଯାଇପାରେ। ତିହାର ଜେଲର ଅଧିକାରୀଙ୍କ କହିବା ଅନୁସାରେ ଅଲଗା ଜେଲରୁ ଜଲ୍ଲାଦଙ୍କୁ ଡକାଯିବ। ବର୍ତ୍ତମାନ ସମସ୍ତ 4 ଦୋଷୀଙ୍କ ଉପରେ ସିସିଟିଭି ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯାଇଛି।

ABOUT THE AUTHOR

...view details