ଓଡିଶା

odisha

ETV Bharat / bharat

କୋରୋନା ପୀଡ଼ିତଙ୍କ ଲାଗି ଶ୍ଵାସକ୍ରିୟା ନିର୍ମାଣରେ ସାହାଯ୍ୟ କରୁଛି ମର୍ସିଡିଜ ଏଫ୍‌-୧ ଟିମ୍‌ - Mercedes F1 team

କୋରୋନା (କୋଭିଡ୍‌୧୯ )ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ରେ କଫ ଜମି ଯିବା ହେତୁ ତାଙ୍କୁ ଶ୍ଵାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଏପରିକି ଏହି ସଂକ୍ରମଣ ହେତୁ ଶ୍ଵାସରୁଦ୍ଧ ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ବି ହୋଇପାରେ । ଏହି ମୁହୂର୍ତ୍ତରେ ରୋଗୀର ଫୁସ୍‌ଫୁସ୍‌କୁ ନିରନ୍ତର ଭାବେ ଅମ୍ଳଜାନ ଯୋଗାଇବା ଅଥବା ତାଙ୍କ ଶ୍ଵାସକ୍ରିୟାରେ ସହାୟକ ହେବା ଲାଗି ୟୁନିଭର୍ସିଟି କଲେଜ୍‌ ଲଣ୍ଡନର ଇଞ୍ଜିନିୟରମାନେ ସ୍ଵାସ୍ଥ୍ୟକର୍ମୀଙ୍କ ସହ ମିଶି ଏକ ସ୍ଵତନ୍ତ୍ର ଜରୁରୀକାଳୀନ ମେଡିକାଲ୍‌ ସରଞ୍ଜାମ ନିର୍ମାଣ କରିଛନ୍ତି । ମର୍ସିଡିଜ୍‌ ଏଫ୍‌-୧ ଏହି ପ୍ରକଳ୍ପରେ ଏକ ବିଶେଷ ସହାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ଏହି ଶ୍ଵାସକ୍ରିୟା ସହାୟକ ଯନ୍ତ୍ରର ନାମ ରହିଛି କୋରୋନା ଭାଇରସ୍‌ ପଜିଟିଭ୍‌ ଏୟାରଓ୍ବେ ପ୍ରେସର୍‌ । ଏହି ମେସିନକୁ ମହାମାରୀ ପ୍ରଭାବିତ ଚୀନ ଏବଂ ଇଟାଲୀରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି ।

Mercedes F1 team helps to develop breathing aid in Coronavirus pandemic
କୋରୋନା ପୀଡ଼ିତଙ୍କ ଲାଗି ଶ୍ଵାସକ୍ରିୟା ସହାୟକ ନିର୍ମାଣରେ ସାହାଯ୍ୟ କରୁଛି ମର୍ସିଡିଜ ଏଫ୍‌-୧ ଟିମ୍‌

By

Published : Apr 2, 2020, 12:16 PM IST

ଲଣ୍ଡନ: କୋରୋନା ମହାମାରୀ ସମୟରେ ବ୍ରିଟେନ୍‌ର ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ତଥା ହସ୍‌ପିଟାଲ୍‌ ଗୁଡ଼ିକରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି ମୁହୂର୍ତ୍ତରେ ଇଣ୍ଟେନ୍ସିଭ୍‌ କେୟାରର ଚାହିଦା ବଢ଼ିଥିବାରୁ ସବୁ ରୋଗୀଙ୍କୁ ଏହି ସୁବିଧା ପ୍ରଦାନ କରିବା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି । କିନ୍ତୁ ଏଥିରେ ଏକ ଆଲୋକ ବର୍ତ୍ତିକା ହୋଇଛି ଫର୍ମୁଲା ୱାନ୍‌ ମର୍ସିଡିଜ୍‌ ଟିମ ସହାୟତାରେ ପ୍ରସ୍ତୁତ ସ୍ଵତନ୍ତ୍ର ଶ୍ଵାସକ୍ରିୟା ସହାୟକ ‘କରୋନା ଭାଇରସ୍‌ ପଜିଟିଭ୍‌ ଏୟାରଓ୍ବେ ପ୍ରେସର୍‌ ।’

ବ୍ରିଟେନର ସାତଟି ବିଶେଷଜ୍ଞ ଦଳ, ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ୍‌)ର ଇଞ୍ଜିନିୟର ଏବଂ ୟୁନିଭର୍ସିଟି ଲଣ୍ଡନ ହସ୍‌ପିଟାଲ୍‌ର ସ୍ଵାସ୍ଥ୍ୟକର୍ମୀଙ୍କ ସହ ମିଶି ମର୍ସିଡିଜ୍‌ ଏହି ଅତ୍ୟାବଶ୍ୟକ ଯନ୍ତ୍ରାଂଶକୁ ବିକଶିତ କରିଛନ୍ତି । ଏହାଦ୍ଵାରା ରୋଗୀକୁ ଆବଶ୍ୟକ ହେଉଥିବା ପୂର୍ଣ୍ଣ ଭେଣ୍ଟିଲେସନ ଏବଂ ଅକ୍ସିଜେନ୍‌ ମାସ୍କ ସମସ୍ୟା ଲାଘବ ହୋଇପାରିଛି । ‘କୋରୋନା ଭାଇରସ୍‌ ପଜିଟିଭ୍‌ ଏୟାରଓ୍ବେ ପ୍ରେସର୍‌’ ନାମରେ ପରିଚିତ ଏହି ଯନ୍ତ୍ର ମହାମାରୀ ସମୟରେ ଇଟାଲୀ ଓ ଚୀନ୍‌ରେ ଯଥେଷ୍ଟ ବ୍ୟବହାର ହୋଇ ସଫଳତା ହାସଲ କରିଛି । ଏହାଫଳରେ କୋରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଫୁସ୍‌ଫୁସ୍‌କୁ ଆବଶ୍ୟକଅମ୍ଳଜାନ ପହଞ୍ଚାଇବା ସହଜ ହୋଇପାରିଛି । ଏହି ମେଡିକାଲ ସରଞ୍ଜାମକୁ ମେଡିସିନ୍‌ ଆଣ୍ଡ ହେଲଥ୍‌ କେୟାର ରେଗୁଲେଟୋରୀ ଅଥରିଟି ଅନୁମୋଦନ କରିଛନ୍ତି ।

ୟୁସିଏଲ୍‌ଙ୍କ କହିବା ଅନୁସାରେ ଏହି ସରଞ୍ଜାମକୁ ବ୍ରିଟେନ୍‌ର ବିଭିନ୍ନ ହସ୍‌ପିଟାଲ୍‌ରେ ଏବେ ବ୍ୟବହାର କରାଯାଉଛି। ପ୍ରାୟ ୧୦୦ଟି କୋରୋନା ଭାଇରସ୍‌ ପଜିଟିଭ୍‌ ଏୟାରଓ୍ବେ ପ୍ରେସର୍‌’ ବା ସିପିଏପି ଲଣ୍ଡନର ବିଭିନ୍ନ ହସ୍‌ପିଟାଲ୍‌ରେ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ପଠାଯାଇଛି। ଏବେ ଏହି ମେସିନର ଚାହିଦା ବଢ଼ୁଥିବାରୁ ମର୍ସିଡିଜ୍‌ ସାରା ଦେଶର ବିଭିନ୍ନ ହସ୍‌ପିଟାଲ୍‌କୁ ଏହି ମସିନ୍‌ ପଠାଇବା ଲାଗି ଶୀଘ୍ର ଉତ୍ପାଦନ ଆରମ୍ଭ କରିବ ।

ୟୁସିଏଲ୍‌ର ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଟିମ୍‌ ବେକର୍‌ଙ୍କ କହିବା ଅନୁସାରେ, ଯେଉଁ ଯନ୍ତ୍ରକୁ ବିକଶିତକରିବାରେ ବର୍ଷ ବର୍ଷ ସମୟ ଲାଗୁଥିଲା ମର୍ସିଡିଜ୍‌ ତାହାକୁ କିଛି ଦିନ ଭିତରେ ସମ୍ଭବ କରିବାର କ୍ଷମତାକୁ ଦେଖି ସ୍ଵାସ୍ଥ୍ୟ କର୍ମୀ ଓ ଚିକିତ୍ସକମାନେ ଯଥେଷ୍ଟ ଆନନ୍ଦ ପ୍ରକାଶ କରିଛନ୍ତି । କାରଣ ପ୍ରଥମ ବୈଠକର ୧୦୦ ଘଣ୍ଟା ଭିତରେ ଏହି ପ୍ରକାର ମେସିନକୁ ହସ୍‌ପିଟାଲରେ ବ୍ୟବହାର କରିବା ସକ୍ଷମ ହୋଇପାରୁଛି ।

ସିପିଏପି ପ୍ରୋଜେକ୍ଟକୁ ସର୍ବୋଚ୍ଚ ମାନରେ ପ୍ରଦାନ କରିବା ଏବଂ ଯଥା ସମ୍ଭବ ଶୀଘ୍ର ପ୍ରଦାନ କରିବା କ୍ଷେତ୍ରରେ ଆମେ ନିଜକୁ ୟୁନିଭର୍ସିଟି କଲେଜ ଲଣ୍ଡନ ଠାରେ ଆମେ ନିଜର ଜ୍ଞାନ ଓ କ୍ଷମତା ଉପଯୋଗ କରି ଯଥେଷ୍ଟ ଗର୍ବ ଅନୁଭବ କରୁଛୁ କୋଲି କହିଛନ୍ତି ମର୍ସିଡିଜର ପରିଚାଳନା ନିର୍ଦ୍ଦେଶକ ଆଣ୍ଡି କାଓ୍ବେଲ୍‌। ସିପିଏପି ରୋଗୀର ଶରୀରକୁ ନାକ ଓ ପାଟି ମାଧ୍ୟମରେ ନିରନ୍ତର ଭାବେ ଆବଶ୍ୟକ ଅମ୍ଳଜାନ ଓ ବାୟୁ ମିଶ୍ରଣ କରି ପ୍ରେରଣ କରିଥାଏ । ଏଣୁ ଯେତେବେଳେ ଦେହରେ ଅମ୍ଳଜାନ କମିଯାଏ ଏବଂ ସାଧାରଣ ଶ୍ଵାସକ୍ରିୟା ଦେହକୁ ଅମ୍ଳଜାନ ଯୋଗାଇବାରେ ବିଫଳ ହୁଏ ସେତେବେଳେ ଏହି ସରଞ୍ଜାମ ରୋଗୀଙ୍କ ଲାଗି ଏକ ଭଲ ବିକଳ୍ପ ସାଜିଥାଏ । ଏଣୁ କୋଭିଡ-୧୯ ମହାମାରୀ ସମୟରେ ଚୀନ ଓ ଇଟାଲୀରେ ଏହି ଯନ୍ତ୍ରକୁ ବିକଳ୍ପ ସହାୟକ ଭାବେ ରୋଗୀଙ୍କ ଲାଗି ସଫଳତାର ସହ ବ୍ୟବହାର କରାଯାଇଛି।

ଚିକିତ୍ସା ଦ୍ଵାରା ଭୂତାଣୁ ତଥା ମହାମାରୀ ପ୍ରକୋପକୁ ଆୟତ୍ତ କରିବା ଏବଂ ପୀଡ଼ିତଙ୍କ ଜୀବନ ବଞ୍ଚାଇବା ଲାଗି କେବଳ ଯେ ସିପିଏପି ଯନ୍ତ୍ରକୁ ବିକଶିତ କରିବାରେ ଏଫ୍‌ୱାନ୍‌ ହାତ ବଢ଼ାଇଛି ତାହା ନୁହେଁ, ରେଡ୍‌ବୁଲ୍‌, ହାସ୍‌, ମ୍ୟାକ୍‌ଲରେନ୍‌, ରିନଲ୍ଟ, ୱିଲିଆମ୍ସ ପ୍ରଭୃତି ୬ଟି ପ୍ରତିଷ୍ଠିତ ଟେକ୍ନୋଲୋଜି କମ୍ପାନୀଙ୍କ ସହାୟତାରେ ଏଫ୍‌ୱାନ ପ୍ରୋଜେକ୍ଟ ପିଟ୍‌ଲେନ୍‌ ନାମକ ଏକ ପ୍ରକଳ୍ପ ଚଳାଉଛି । ଏଥିରେ ଜରୁରୀକାଳୀନ ପରିସ୍ଥିତିରେ ଅଧିକରୁ ଅଧିକ ରୋଗୀଙ୍କ ଚିକିତ୍ସାକୁ ସମ୍ଭବ କରାଇବା ଲାଗି ଆବଶ୍ୟକ ମେଡିକାଲ୍‌ ସରଞ୍ଜାମ ବିକଶିତ କରାଯାଉଛି ।

ଉଦାହରଣ ସ୍ଵରୂପ, ମ୍ୟାକ୍‌ମିଲାନ୍‌ କହିଛି ଯେ, ସେମାନେ ଭେଣ୍ଟିଲେଟର ପାଇଁ ଆବଶ୍ୟକ ଯନ୍ତ୍ରାଂଶକୁ ତିଆରି କରୁଛନ୍ତି । କିପରି ଏହି ଉତ୍ପାଦନ ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଇପାରିବ ସେଥିଲାଗି ଆବଶ୍ୟକ ପ୍ରକଳ୍ପ ପରିଚାଳନା, ଯୋଜନା ଏବଂ ଖରିଦଦାରୀ ପାଇଁ ସ୍ଵତନ୍ତ୍ର ଟିମ୍‌ ମୁତୟନ କରାଯାଇଛି । ଯେଉଁ ସ୍ଥାନରେ ଜରୁରୀକାଳୀନ ଆବଶ୍ୟକତା, ଅଭିନବ ଟେକ୍ନୋଲୋଜି, ଅଦ୍ଵିତୀୟ ଆହ୍ବାନ ରହିଛି ସେଠାରେ ଆମେ ଆମ ଟିମ୍‌କୁ ଅନ୍ୟଆଡ଼ୁ ଆଣି ମୁତୟନ କରିଛୁ । ଏହାଦ୍ଵାରା ମହାମାରୀ ଆମ ଆଗରେ ଯେଉଁ ଚ୍ୟାଲେଞ୍ଜ ସବୁ ଠିଆ କରିଛି ତାହାକୁ ମୁକାବିଲା କରିବା ସମ୍ଭବ ହେବ ବୋଲି ଏଫ୍‌ୱାନ୍‌ କହିଛି । ବ୍ରିଟେନ୍‌ର ଜାତୀୟ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏହି ସିପିଏପି ମସିନ୍‌କୁ ପୂର୍ବରୁ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ତାହା କମ୍‌ ଯୋଗାଣ ହେଉଛି । ଏହି ମେସିନ ଦ୍ଵାରା ରୋଗୀର ଫୁସ୍‌ଫୁସ୍‌କୁ ନିରନ୍ତର ଭାବେ ଆବଶ୍ୟକ ଅମ୍ଳଜାନ ଓ ସାଧାରଣ ବାୟୁ ମିଶ୍ରଣକୁ ପ୍ରେରଣ କରାଯାଇ ପାରୁଛି ।

ଏବେ କୋଭିଡ୍୧୯ ମହାମାରୀ ବ୍ୟାପିବା ହେତୁ ବ୍ରିଟେନ୍‌ରେ ୨୦ ହଜାର ଲୋକ ଆକ୍ରାନ୍ତ ହେଲେଣି । ସେମାନଙ୍କ ଭିତରୁ ୧୨୦୦ ଲୋକଙ୍କ ମୃତ୍ୟୁ ବି ଘଟିଛି । ଅନେକଙ୍କ କ୍ଷେତ୍ରରେ ଏହି ଭୂତାଣୁ ହାଲକା ଜ୍ବର, ଘୋଳାବିନ୍ଧା, କାଶ ଭଳି ଦେଖାଯାଉଛି ଏବଂ ତିନି ସପ୍ତାହ ଭିତରେ ତାହା ଭଲ ହେଉଛି । କିନ୍ତୁ ଯେଉଁମାନେ ବୟସ୍କ, ଅନେକ ସ୍ଵାସ୍ଥ୍ୟଜନିତ ସମସ୍ୟାରେ ପୀଡ଼ିତ ସେମାନଙ୍କ ପାଇଁ ଏହି ଭୂତାଣୁ ନିମୋନିଆ ପୀଡ଼ିତ କରିବା ସହ ମାରାତ୍ମକ ସାବ୍ୟସ୍ତ ହେଉଛି । ଅଟୋ ରେସିଂ ପ୍ରତିଯୋଗିତା କ୍ଷେତ୍ରରେ ସବୁଠାରୁ ଅଧିକ ମାନ୍ୟତାପ୍ରାପ୍ତ ଏଫୱାନ୍‌ ସେସନ୍‌ ଏଯାଏ ଆରମ୍ଭ ହୋଇ ନାହିଁ। ଏହି ରେସିଂ ସେସନ୍‌ର ପ୍ରଥମ ୮ ରେସ୍‌କୁ ବାତିଲ କରିଦିଆଯାଇଛି । ଏହା ଦର୍ଶାଉଛି ଯେ, ଜୁନ ମଧ୍ୟବର୍ତ୍ତୀ ଯାଏ କୌଣସି ରେସିଂ ହେବ ନାହିଁ । ଏହି ରେସ୍‌ରେ ମର୍ସିଡିଜ୍‌ ଏକ ଲିଡିଂ ଟିମ୍‌, ଯେଉଁଥିରେ ଲିୱିସ୍‌ ହାମିଲ୍‌ଟନ୍‌ ଟପ୍‌ ଡ୍ରାଇଭର ଭାବେ ଜଣାଶୁଣା ।

ABOUT THE AUTHOR

...view details