ଓଡିଶା

odisha

ETV Bharat / bharat

ଚିନ୍ତାମୁକ୍ତ ରହିବାର 5ଟି ସରଳ ଉପାୟ, ଲକଡାଉନ ହୋଇଯିବ ହାପି ହାପି

କୋରୋନାର ଏହି କରାଳ ପରିସ୍ଥିତିରେ ମଣିଷ ନିଜର ମାନସିକ ସନ୍ତୁଳନ ହରାଇବାରେ ଲାଗିଛି। କିଏ ଚାକିରୀ ଚିନ୍ତାରେ ତ ଆଉ କିଏ ବର୍ତ୍ତମାନର ଅବସ୍ଥା ପାଇଁ ଦୁଶ୍ଚିନ୍ତାରେ ରହୁଛି। କିପରି ଜଣେ ବ୍ୟକ୍ତିକୁ ଏହି ପରିସ୍ଥିତିରୁ ଉଦ୍ଧାର କରି ହେବ ସେନେଇ ଆରମ୍ଭ ହୋଇଛି ମାନସିକ ସଚେତନତା। ତେବେ କିଛି ଟିପ୍ସ ଯାହା ଆପଣଙ୍କୁ ସୁସ୍ଥ ମାନସିକତା ପ୍ରଦାନ କରିବ ଆସନ୍ତୁ ସେ ବିଷୟରେ ଜାଣିବା।

By

Published : May 15, 2020, 8:10 AM IST

stress
ଚିନ୍ତାମୁକ୍ତ ରହିବାର 5ଟି ସରଳ ଉପାୟ, ଲକଡାଉନ ହୋଇଯିବ ହାପି ହାପି

ଦେଶର କୋଣ ଅନୁକୋଣରେ ମହାମାରୀର ଆତଃଚିତ୍କାର। ଏକବିଶଂ ଶତାଦ୍ଧୀରେ ସାଧାରଣ ଭାଇରସର ଭୟରେ ଆଧୁନିକ ମଣିଷକୁ ମାସ ମାସ ଧରି ତାଲା ବନ୍ଦ ହୋଇ ରହିବାକୁ ପଡିବ ତାହା କେହି କେବେ ଭାବିନଥିଲେ। ହେଲେ ବାସ୍ତବତାକୁ ସମସ୍ତେ ଗ୍ରହଣ କରିବାକୁ ହେବ।

କୋରୋନାର ଏହି କରାଳ ପରିସ୍ଥିତିରେ ମଣିଷ ନିଜର ମାନସିକ ସନ୍ତୁଳନ ହରାଇବାରେ ଲାଗିଛି। କିଏ ଚାକିରୀ ଚିନ୍ତାରେ ତ ଆଉ କିଏ ବର୍ତ୍ତମାନର ଅବସ୍ଥା ପାଇଁ ଦୁଶ୍ଚିନ୍ତାରେ ରହୁଛି।

ଏନେଇ ମନସ୍ତତ୍ତ୍ବବିତ୍ ମାନେ ଭିନ୍ନ ଭିନ୍ନ ସ୍ତରରେ ଗବେଷଣା ଜାରି ରଖିଛନ୍ତି। କିପରି ଜଣେ ବ୍ୟକ୍ତିକୁ ଏହି ପରିସ୍ଥିତିରୁ ଉଦ୍ଧାର କରି ହେବ ସେନେଇ ଆରମ୍ଭ ହୋଇଛି ମାନସିକ ସଚେତନତା। ତେବେ କିଛି ଟିପ୍ସ ଯାହା ଆପଣଙ୍କୁ ସୁସ୍ଥ ମାନସିକତା ପ୍ରଦାନ କରିବ ଆସନ୍ତୁ ଜାଣିବା।

ପ୍ରଚୁର ନିଦ୍ରା

ଲକଡାଉନ ପାଇଁ ନିତିଦିନିଆ ଅଭ୍ୟାସ ପରିବର୍ତ୍ତନ ହୋଇଯାଇଛି। କିଛି ଲୋକ ଠିକ୍ ସମୟରେ ଶୋଉନାହାଁନ୍ତି କି ଉଠୁ ନାହାଁନ୍ତି। ବିଳମ୍ବିତ ରାତ୍ରିରେ ଶୋଇବା ଯୋଗୁଁ ମୁଣ୍ଡ ଭାରି ହେବା ସହ ଆମ ମାନସିକ ସ୍ବାସ୍ଥ୍ୟକୁ ଏହା ପ୍ରଭାବିତ କରୁଛି। ତେଣୁ ସୁସ୍ଥ ଶରୀର ପାଇଁ 8 ଘଣ୍ଟା ଶୋଇବା ଜରୁରୀ।

ସନ୍ତୁଳିତ ଓ ସୁଷମ ଖାଦ୍ୟ

ଡାଏଟ ଆମ ଶରୀରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଯାହା ଆମକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖେ।ଏଥିପାଇଁ ପ୍ରତ୍ୟେକ ଦିନ ଖାଦ୍ୟରେ ଫଳ,ପନିପରିବା,ତରଳ ପଦାର୍ଥ,ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର। ସୁଷମ ଖାଦ୍ୟ ମସ୍ତିଷ୍କକୁ ସୁଦୃଢ କରେ।

ନୂତନ କାର୍ଯ୍ୟକଳାପ ଓ ସୃଜନଶୀଳତା

ମନ ମଧ୍ୟରୁ ଖରାପ ଚିନ୍ତାଧାରା ଓ ଅବସାଦ ଦୂରେଇବା ପାଇଁ ସର୍ବଦା ନିଜକୁ କିଛି କାର୍ଯ୍ୟରେ ବ୍ୟସ୍ତ ରଖିବା ଜରୁରୀ। ଯେଉଁ କାର୍ଯ୍ୟ କରିବାକୁ ଆପଣ ଭଲ ପାଉଛନ୍ତି ସେ କାର୍ଯ୍ୟ କରନ୍ତୁ।

ଏକଟୁଆ ପଣ ଦୂର କରନ୍ତୁ

ଲକଡାଉନରେ ଘରେ ରହିବା ଭଲ। କିନ୍ତୁ ଏହାର ଅର୍ଥ ନୁହେଁ ଆପଣ ନିଜକୁ ପରିବାର ଲୋକଙ୍କ ପାଖରୁ ଦୂରେଇକି ରଖିବେ। ଏକୁଟିଆ ରହିବା ଦ୍ବାରା ବିଭିନ୍ନ ପ୍ରକାର ଚିନ୍ତା ମନ ମଧ୍ୟକୁ ଆସେ। ଏଭଳି ସ୍ଥିତିରେ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାନ୍ତୁ।

ଚିନ୍ତା ଦୂର କରନ୍ତୁ

କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ତେଣୁ ଚିନ୍ତା ଉଭୟ ମାନସିକ ଓ ଶାରୀରିକ କ୍ଷତି ପହଞ୍ଚାଏ। ଚିନ୍ତାରେ ରହିଲେ ହର୍ମୋନ କ୍ଷରଣ ଅଧିକ ହୋଇଥାଏ। ସେଥିମଧ୍ୟରୁ ଆଡ୍ରେନାଲିନ ଓ କ୍ରାଟିସୋଲ ମୁଖ୍ୟ। ଏହି ହରମୋର୍ନ କ୍ଷରଣ ହେବା ଦ୍ବାରା ହୃଦସ୍ପନ୍ଦନ, ହଜମ କ୍ରିୟା, ରକ୍ତ ପ୍ରବାହ ପ୍ରଭାବିତ ଅଧିକ ହୋଇଥାଏ।

ABOUT THE AUTHOR

...view details