ଓଡିଶା

odisha

ETV Bharat / bharat

ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ: ଲଜ୍ୟା ନୁହେଁ, ସ୍ବଚ୍ଛତା ହାତରେ ନାରୀ ସୁରକ୍ଷା

ମେ 28 କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରୁଛି ବିଶ୍ବ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ।

ଲଜ୍ଜ୍ୟା ନୁହେଁ ଋତୁସ୍ରାବ, ନୂତନ ଜୀବନ ଦାନ ଆରମ୍ଭ
ଲଜ୍ଜ୍ୟା ନୁହେଁ ଋତୁସ୍ରାବ, ନୂତନ ଜୀବନ ଦାନ ଆରମ୍ଭ

By

Published : May 28, 2020, 8:49 PM IST

ହାଇଦ୍ରାବାଦ: ମହିଳା ମାନଙ୍କ ଋତୁସ୍ରାବକୁ ନେଇ ଆଜି ବି ସମାଜରେ ରହିଛି ଅନେକ ଅନ୍ଧବିଶ୍ବାସ । ଆଜିବି ଏହାକୁ ନେଇ ଆମ ସମାଜରେ ସଚେତନତା ସୃଷ୍ଟି ହୋଇ ପାରି ନାହିଁ । ଅକ୍ଷୟକୁମାରଙ୍କ ପ୍ୟାଡମ୍ୟାନ ଫିଲ୍ମ ପରେ କିଛି ମାତ୍ରାରେ ସାଧାରଣ ଜୀବନରେ ସଚେତନତା ସୃଷ୍ଟି ହୋଇଛି ସତ, କିନ୍ତୁ ଏବେ ବି ରହିଛି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ । ଋତୁସ୍ରାବ ହୋଇଥିଲେ ଝିଅ ବୋହୂ ରୋଷେଇ ଘରକୁ ପ୍ରବେଶ କରି ପାରିବେନି । ଋତୁସ୍ରାବ ସମୟରେ ଝିଅବୋହୂଙ୍କୁ ଅସ୍ପୃଶ୍ୟତା ଭାବେ ମନେ କରାଯାଏ । ସେଇଥିପାଇଁ ସେମାନଙ୍କୁ ପୂଜା କରିବା ମନା ଏବଂ ମନ୍ଦିରରେ ପ୍ରବେଶ ମଧ୍ୟ ମନା ।


ଆଜି ମେ 28 କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରୁଛି ବିଶ୍ବ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ସରକାରୀସ୍ତରରେ ଋତୁସ୍ରାବ ସ୍ବଚ୍ଛତାକୁ ମଧ୍ୟ ଅନ୍ୟ ବିଷୟ ପରି ପ୍ରାଥମିକତା ଦେବା ।

ବିଶ୍ବରେ 50 ପ୍ରତିଶତ ଯୁବତୀ ପ୍ରଜନନ ବୟସରେ ଋତୁସ୍ରାବ ପାଇଁ ଆବଶ୍ୟକ ପରିମଳ ଓ ସ୍ବଚ୍ଛତା ପାଇଁ ପାରନ୍ତି ନାହିଁ । WHO ଏବଂ UNICEF ଅନୁସାରେ ଋତୁସ୍ରାବ ସ୍ବଚ୍ଛତା ବା MHD (ସ୍ବାସ୍ଥ୍ୟ ମନ୍ତ୍ରଣାଳୟ)ର ଅର୍ଥ ହେଉଛି କିଶୋରୀ ଓ ମହିଳା ମାନେ ଋତୁସ୍ରାବରେ ପ୍ରବାହିତ ରକ୍ତ ପାଇଁ ପରିଷ୍କାର ପରିଚ୍ଛନ୍ନ ରହିବା , ଉଚିତ ସମୟରେ ସାନିଟାରୀ ନାପକିନ ବ୍ୟବହାର କରିବା ଓ ସାବୁନର ବ୍ୟବହାର ସହ ନିର୍ଗତ ଆବର୍ଜନାକୁ ସୁବିଧାରେ ନିଷ୍କାସନ କରିବା । ଚଳିତ ବର୍ଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଥିମ ରହିଛି ଯେ ‘ଋତୁସ୍ରାବକୁ ଗ୍ରହଣ କରିବା ଓ କୋରୋନା ମହାମାରୀ ପାଇଁ ଋତୁସ୍ରାବ ବନ୍ଦ ହୋଇଯିବ ନାହିଁ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ବର୍ତ୍ତମାନ ସମୟ ଆସିଛି ଯେ ଆମକୁ ଏକତ୍ରିତ ଭାବେ ଋତୁସ୍ରାବକୁ ନେଇ ଥିବା ଅନ୍ଧବିଶ୍ବାସ ବିରୁଦ୍ଧରେ ଛିଡା ହେଇ ମହିଳା ମାନଙ୍କୁ ସଶକ୍ତ କରିବା ।


ପ୍ରତିଦିନ 800 ମିଲିଅନ ଝିଅ ଓ ମହିଳା ମାନେ ଋତୁସ୍ରାବର ପ୍ରକ୍ରିୟାରେ ସାମିଲ ହୁଅନ୍ତି । କିନ୍ତୁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଏହି ସମୟରେ ସେମାନଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଥାଏ । ଯଦିଓ ଏମାନେ ସ୍କୁଲ ଯାଇଥାନ୍ତି ସେଠାରେ ମଧ୍ୟ କିଶୋରୀଙ୍କ ପାଇଁ କୌଣସି ସୁବିଧା ନଥାଏ । ଯେପରିକି ସ୍ବତନ୍ତ୍ର ଟଏଲେଟ ଓ ହାତ ଧୋଇବା ବ୍ୟବସ୍ଥା । NFHS -4 ର ରିପୋର୍ଟ ଅନୁସାରେ ଆମ ଦେଶରେ 15 ରୁ 20 ବର୍ଷ ବୟସର 62 ପ୍ରତିଶତ ମହିଳା ଏବେ ବି ଋତୁସ୍ରାବ ସମୟରେ କପଡା ବ୍ୟବହାର କରନ୍ତି । ବିହାରରେ 82 ପ୍ରତିଶତ ମହିଳା ଋତୁସ୍ରାବରେ କପଡା ବ୍ୟବହାର କରନ୍ତି । ଭାରତରେ 336 ମିଲିଅନ ମହିଳାଙ୍କ ଋତୁସ୍ରାବ ହୋଇଥାଏ । ସେମାନଙ୍କ ମଧ୍ୟରୁ 15 ରୁ 24 ବର୍ଷର 57 ପ୍ରତିଶତ ଝିଅ ଓ ମହିଳା ଲୋକାଲ ସାନିଟାରୀ ନାପକିନ ବ୍ୟବହାର କରନ୍ତି । 42ପ୍ରତିଶତ ଯୁବତୀ ସାନିଟାରୀ ନାପକିନ ବ୍ୟବହାର କରୁଥିବା ବେଳେ ପ୍ରାୟ 60 ପ୍ରତିଶତ ଯୁବତୀ ଲୋକାଲ ନାପକିନ ବ୍ୟବହାର କରନ୍ତି । ଗାଁ ଗହଳିରେ ଯୁବତୀ ଓ ମହିଳା ମାନେ ପ୍ରାୟତଃ ସାନିଟାରୀ ନାପକିନ ବ୍ୟବହାର କରନ୍ତି ନାହିଁ । ସର୍ଭେ ଅନୁସାରେ କେବଳ 48 ପ୍ରତିଶତ କିଶୋରୀ ଓ ମହିଳା ସାନିଟାରୀ ନାପକିନ ବ୍ୟବହାର କରୁଥିବା ବେଳେ ସହରାଂଚଳରେ ଏହା 78 ପ୍ରତିଶତ ରହିଛି । ମିଜୋରାମ ,କେରଳ,ତାମିଲନାଡୁ ରେ ଅଧିକ ସଂଖ୍ୟାରେ ମହିଳା ସାନିଟାରୀ ନାପକିନ ବ୍ୟବହାର କରୁଥିବା ବେଳେ ବିହାର, ଛତିଶଗଡ଼, ୟୁପି ପରି ରାଜ୍ୟରେ ମହିଳା ମାନେ କମ ପରିମାଣରେ ଏହାର ବ୍ୟବହାର କରନ୍ତି । ସରକାରୀ ସ୍ତରରେ ଯଦିଓ ସାନିଟାରୀ ନାପକିନ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି କିନ୍ତୁ ଅନେକ ସମୟରେ ଏହାକୁ ମାଗିବାକୁ ଲଜ୍ୟା ପ୍ରକାଶ କରନ୍ତି କିଶୋରୀ ଓ ଯୁବତୀ । NFHS ଅନୁସାରେ ଓଡିଶାରେ 53 ପ୍ରତିଶତ ମହିଳା ମାନେ ଋତୁସ୍ରାବ ସମୟରେ ସ୍ବଚ୍ଛତାର ଧ୍ୟାନ ରଖନ୍ତି ନାହିଁ ଏବଂ 69 ପ୍ରତିଶତ ମହିଳା କପଡା ବ୍ୟବହାର କରିବାକୁ ଚାହାନ୍ତି ।

ଓଡ଼ିଶାରେ କେବଳ 33.05 ମହିଳା ସାନିଟାରୀ ନାପକିନ ବ୍ୟବହାର କରନ୍ତି । ଗ୍ରାମାଞ୍ଚଳରେ କେବଳ 30 ପ୍ରତିଶତ ମହିଳା ମାନଙ୍କ ପାଇଁ ସାନିଟାରୀ ନାପକିନ ଉପଲବ୍ଧ ହୁଏ । ତେବେ ବର୍ତମାନ ସମୟ ଆସିଛି ଋତୁଚକ୍ର ଓ ଋତୁସ୍ରାବକୁ ନେଇ ଲୋକଙ୍କ ମଧ୍ୟରେ ସମାଜରେ ସଚେତନତା ସୃଷ୍ଟି କରିବାର । ଋତୁସ୍ରାବ କୌଣସି ମହିଳା ପାଇଁ ଲଜ୍ୟାର ବିଷୟ ନୁହେଁ ବରଂ ଗର୍ବର ବିଷୟ । କାରଣ ନାରୀର ଋତୁସ୍ରାବ ହିଁ ଏକ ନୂତନ ଜୀବନକୁ ଜନ୍ମ ଦେବାର ଆରମ୍ଭ ।

ଶାରଦା ଲାହାଙ୍ଗୀର, ଷ୍ଟେଟ ହେଡ

ABOUT THE AUTHOR

...view details