ଓଡିଶା

odisha

ETV Bharat / bharat

ବିହାରରେ ମହିଳା ଭୋଟରଙ୍କ ଅପେକ୍ଷା ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ

ବିହାରରେ ପ୍ରଥମ ଚରଣ ଭୋଟିଂ ପକ୍ରିୟାରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଭୋଟ ଦେଇଛନ୍ତି। ବିହାର ନିର୍ବାଚନ ଇତିହାସରେ ସବୁବେଳେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହି ଆସିଛି । ଅଧିକ ପଢ଼ନ୍ତୁ...

ବିହାରରେ ମହିଳା ଭୋଟରଙ୍କ ଅପେକ୍ଷା ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ
ବିହାରରେ ମହିଳା ଭୋଟରଙ୍କ ଅପେକ୍ଷା ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ

By

Published : Nov 2, 2020, 6:13 AM IST

ପାଟନା: ବିହାରରେ ପ୍ରଥମ ଚରଣ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ଚରଣରେ 71ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। ତେବେ ପ୍ରଥମ ଚରଣ ଭୋଟ ଗ୍ରହଣରେ ଏକ ତଥ୍ୟ ପଦାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ ବିହାରରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଭୋଟ ଦେଇଛନ୍ତି। ନିର୍ବାଚନ କମିଶନ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ବିହାରରେ 54.41 ପ୍ରତିଶତ ମହିଳା ଦେଇଛନ୍ତି। ସେପଟେ ମୋଟ 56.83 ପ୍ରତିଶତ ପୁରୁଷ ନିଜର ଭୋଟ ଦେଇଛନ୍ତି। ତେବେ ପୁରୁଷମାନେ ମହିଳଙ୍କ ଅପେକ୍ଷା 2.4 ପ୍ରତିଶତ ଅଧିକ ଭୋଟ ଦେଇଛନ୍ତି।

ବିହାରରେ ମହିଳା ଭୋଟରଙ୍କ ଅପେକ୍ଷା ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ

2014 ମସିହା ଲୋକସଭା ନିର୍ବାଚନରେ ବିହାରରେ ମୋଟ 56.65 ପ୍ରତିଶତ ମତଦାନ ହୋଇଥିଲା। ଏଥିରେ ପୁରୁଷମାନେ 54.95 ପ୍ରତିଶତ ମତଦାନ କରିଥିଲେ। ସେହିଭଳି ମହିଳାମାନେ 57.70 ପ୍ରତିଶତ ମତଦାନ କରିଥିଲେ। 2015 ମସିହାରେ ବିହାର ବିଧାନସଭା ନିର୍ବାଚନରେ ମୋଟ 54.90 ପ୍ରତିଶତ ମତଦାନ ହୋଇଥିଲା। ସେଥିମଧ୍ୟରୁ 53.32 ପ୍ରତିଶତ ଭୋଟ ପୁରୁଷମାନେ ଦେଇଥିଲେ। ସେହି ନିର୍ବାଚନରେ ମହିଳାମାନେ 60 ପ୍ରତିଶତ ଭୋଟ ଦାନ କରିଥିଲେ। ଏହାପରେ 2019 ମସିହା ନିର୍ବାଚନରେ ବିହାରରେ ମୋଟ 57.5 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା। ତେବେ ସେଥି ମଧ୍ୟରୁ 55.12 ପୁରୁଷ ଭୋଟର ରହିଥିବା ବେଳେ 59.28 ପ୍ରତିଶତ ମହିଳା ଭୋଟର ରହିଥିଲେ।

ବିହାର ନିର୍ବାଚନ ଇତିହାସରେ ସବୁବେଳେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହି ଆସିଛି। ତେବେ 2020 ନିର୍ବାଚନରେ ଏହାର ଓଲଟା ହେଉଥିବା ଦେଖା ଦେଇଛି। ବିହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ମହାଗଠବନ୍ଧନର ତେଜସ୍ବୀ ୟାଦବ ଓ ଏନଡିଏର ନୀତିଶ କୁମାର ପ୍ରତିଦ୍ବନ୍ଦିତା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details