ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୧୯ତମ ଏସସିଓ (ସାଙ୍ଘାଇ ସହଯୋଗ ସଂଗଠନ)ର ପ୍ରମୁଖମାନଙ୍କର ସରକାରୀ ଶିଖର ସମ୍ମେଳନୀକୁ ଭାରତ ଆୟୋଜନ କରିବ। ଜାନୁଆରୀ ୧୬ ତାରିଖରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ‘ଏସସିଓର ପୂର୍ବ ପ୍ରଚଳିତ ନିୟମ ଓ ପ୍ରକ୍ରିୟାରେ ସମସ୍ତ ୮ ସଦସ୍ୟଙ୍କ ସହିତ ରାଜ୍ୟ ଓ ଅନ୍ୟ ଅନ୍ତର୍ରାଷ୍ଟ୍ରୀୟ ଆଲୋଚନା ସହଯୋଗୀଙ୍କ ମଧ୍ୟରୁ ୪ଜଣ ପର୍ଯ୍ୟବେକ୍ଷକଙ୍କୁ ସମ୍ମେଳନୀକୁ ଆମନ୍ତ୍ରିତ କରାଯିବ।
ଏହି ଟିପଣୀ କେତେକ ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ବିଦେଶ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ଭାରତ ଏସସିଓ ସଦସ୍ୟ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରିତ କରିବ। କାରଣ ଇସଲାମବାଦ ନିଜ ଦେଶରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସମୁହ ବିରୋଧରେ ‘ବିଶ୍ୱାସନୀୟ, ଅପରିବର୍ତ୍ତନୀୟ ଓ ନିରୀକ୍ଷଣ’ ଯୋଗ୍ୟ ପଦକ୍ଷେପ ନେବାର ଥିଲା। ଏସମ୍ପର୍କରେ ପୁଣି ଥରେ ସାର୍ଥକ ଆଲୋଚନା କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦରକାର। ଭାରତ କ’ଣ ପାକିସ୍ତାନ ପ୍ରତି ନିଜର ସ୍ଥିତିକୁ ଅଚାନକ ପରିବର୍ତ୍ତନ କରିଦେଇଛି? ଏଥିପାଇଁ କ’ଣ ବାଧ୍ୟବାଧ୍ୟକତା ରହିଛି? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସମ୍ମେଳନୀରେ ଭାଗ ନେବା ପାଇଁ ଭାରତ ଗସ୍ତରେ ଆସିବେ କି? ଏସମ୍ପର୍କରେ ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ଯାହାର ଅନେକ ପ୍ରାସଙ୍ଗିକ ଆବଶ୍ୟକତା ରହିଛି।
ସମଗ୍ର ବିଶ୍ୱର ନୀତି ନିର୍ମାତାମାନେ ‘ଏ.ବି.ସି.’ ଆହ୍ୱାନ ସହିତ ଲଢ଼େଇ କରୁଛନ୍ତି। ‘ଏ’ ହେଉଛି ଅପ୍ରତ୍ୟାଶିତ ଭାବେ ଆମେରିକାର ଅସ୍ଥିର ରାଷ୍ଟ୍ରପତି ଟ୍ରମ୍ପ, ଯାହାଙ୍କ ପାଖରେ ରାଜନୈତିକ ମାନଦଣ୍ଡ ବା ବିବରଣୀ ପାଇଁ ବହୁତ କମ ସମୟ ବା ଧୈର୍ଯ୍ୟ ରହିଛି। ସେ ରିପବ୍ଲିକ ଭୋଟ ବ୍ୟାଙ୍କ, ବ୍ୟାକ ହୋମ ଉପରେ ନଜର ପକାଇ ବିରୋଧି ଓ ସହଯୋଗୀ ଦଳର ପାଦ ଆଙ୍ଗୁଳି ଉପରେ ଏକା ପ୍ରକାରର ସମାଲୋଚନା କରିଥାନ୍ତି।
‘ବି’ର ଅର୍ଥ ହେଉଛି, ବ୍ରେକ୍ସିଟ, ଯାହାକୁ ୩୧ ଜାନୁଆରୀରେ ସିଲ କରିଦିଆଇଛି। ଏହି ପ୍ରସଙ୍ଗ ଅନୁତରିତ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ଏହା କ’ଣ ୟୁରୋପୀୟ ସଂଘକୁ ମଜଭୂତ ବା ଅପ୍ରସନତାକୁ ଚିହ୍ନଟ କରିବ, ୟୁରୋପୀୟ ସଂଘ ସହିତ ବ୍ରିଟେନ କିଭଳି ଆର୍ଥିକ ବ୍ୟବସ୍ଥା କରିପାରିବ, କ’ଣ ୟୁରୋ ମଜଭୂତ ହେବ ନା ଦୁର୍ବଳ ହେବ? ନାଟୋ (ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ) ପାଇଁ ଭଣ୍ଡାରରେ କ’ଣ ରହିଛି? ନାଟୋର ମହାସଚିବ ଜେନ୍ସ ଲ୍ପୋଲ୍ଟେନବର୍ଗଙ୍କ ଅନୁଧ୍ୟାନ ଅନୁସାରେ ବ୍ରେକ୍ସିଟ ପରେ ନାଟୋର ୮୦ ପ୍ରତିଶତ ପ୍ରତିରକ୍ଷା ଖର୍ଚ୍ଚ ୟୁରୋପୀୟ ସଂଘର ବାହାର ଦେଶରୁ ଆସିବ।
‘ସି’ର ଅର୍ଥ ଚୀନ ବ୍ୟତୀତ ଆଉ କିଛି ନୁହେଁ, ଯାହାର ଅଦ୍ଭୁତପୂର୍ବ ବୃଦ୍ଧି, ମହତ୍ତ୍ୱକାଂକ୍ଷା, ଆକ୍ରମକତା ଇଣ୍ଡୋ ପାସଫିକ ଅଞ୍ଚଳ ଓ ତା ପରେ ସ୍ଥାପିତ ହୋଇଥିବା ଭୂ-ରଣନୀତିକ ସନ୍ତୁଳନକୁ ବିଚଳିତ କରିଦେଇଛି। ବିଗତ ୨୦୦ ବର୍ଷ ମଧ୍ୟରେ କୌଣସି ଦେଶର ନୌସେନା ଶକ୍ତି ମଜଭୂତ ହୋଇନାହିଁ ଯେତିକି ଚୀନର ହୋଇଛି। ଏହା ଜାପାନ, ଭିଏତନାମ, ଫିଲପାଇନ୍ସ ଓ ଭାରତ ସହିତ ନିଜର ପଡ଼ୋଶୀମାନଙ୍କ ସହିତ ରହିଛି। ଚୀନ ପ୍ରଥମରୁ ଦକ୍ଷିଣ ଚୀନ ସାଗରର ଏକ ବଡ଼ ଅଞ୍ଚଳକୁ ନିୟନ୍ତ୍ରଣ କରି ନେଇଛି। ଏହା ସହିତ କରାଚି, ଜିବୁତି ଓ ଅନ୍ୟ ଦେଶରେ ସୈନ୍ୟ ଆଡ଼ଡ଼ା ତିଆରି ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ନିଜର ବିଶାଳ ବିଦେଶୀ ମୁଦ୍ରା ଭଣ୍ଡାରକୁ ଏହି ପ୍ରତିଯୋଗୀତାକୁ ଆଣି ବେଜିଂ ବେଲଟ ଆଣ୍ଡ ରୋଡ଼ ଇନିସିଏଟିଭ ମାଧ୍ୟମରେ କିଛି ଦେଶକୁ ଋଣ ଜାଲରେ ଫସାଇ ଦେଇଛି।
ଭାରତ ଏଭଳି ଏକମାତ୍ର ଦେଶ ଯିଏକି ଅତିରିକ୍ତ ‘ଡି’ ଫ୍ୟାକ୍ଟରର ସମ୍ମୁଖୀନ ହେଉଛି। ଯାହାକି ବିଗତ ୪ ଦଶକରୁ ଅଧିକ ସମୟ ଧରି ଆମ ପଡ଼ୋଶୀ ପାକିସ୍ତାନ, ଚୀନର ନିକଟ ସହଯୋଗୀ ରହିଛି। ଉଭୟ ଦେଶ ଭାରତର ଅଭିବୃଦ୍ଧିର ସାର୍ବଜନିକ ଉଦ୍ଦେଶ୍ୟକୁ ବ୍ୟବହାର କରିଛନ୍ତି। ନୂଆଦିଲ୍ଲୀ ବିଗତ ୬୦ ବର୍ଷର ବିବାଦକୁ ସମାଧାନ କରିବା ସହିତ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏକା ସାଥିରେ ରହିବା ଉଦ୍ଦେଶ୍ୟରେ ରାସ୍ତା ଖୋଜିବା ପାଇଁ ଇସଲାମବାଦକୁ ଧୈର୍ଯ୍ୟପୂର୍ବକ ଜଡ଼ିତ କରିବାରେ ଲାଗିଛି। କିନ୍ତୁ, ପାକିସ୍ତାନର ଆପତ୍ତିକୁ ଦେଖି ଆଲୋଚନା ଓ ଆତଙ୍କବାଦ ଏକା ସାଥିରେ ଚାଲିବ ନାହିଁ ବୋଲି ଭାରତ ନିଷ୍ପତ୍ତି ନେଇଛି। ଏହି କାରଣରୁ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତାଙ୍କର ଜାନୁଆରୀ ୧୬ ତାରିଖର ବୟାନ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।