ନୂଆଦିଲ୍ଲୀ: ଟ୍ରମ୍ପ ଦମ୍ପତିଙ୍କ ଭାରତ ଗସ୍ତର ଦ୍ବିତୀୟ ଦିବସରେ ଦିଲ୍ଲୀ ସ୍ଥିତ ସର୍ବୋଦୟ ବିଦ୍ୟାଳୟ ଗସ୍ତ କରିଥିଲେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ସେଠାରେ କୁନି କୁନି ଛାତ୍ରୀ ତାଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ଭବ୍ୟ ସ୍ବାଗତ କରିଥିଲେ । ପିଲାଙ୍କ ସହ ସମୟ ବିତାଇ ବେଶ୍ ଖୁସି ଅନୁଭବ କରିଥିଲେ ମେଲାନିଆ ।
ମେଲାନିଆଙ୍କ ମଥାରେ ଝଟକୁଛି ଲାଲ୍ ସିନ୍ଦୁର - melania wears sindoor
ସର୍ବୋଦୟ ସ୍କୁଲ କାର୍ଯ୍ୟକ୍ରମରେ ସିନ୍ଦୁର ଲଗାଇ ମେଲାନିୟାଙ୍କୁ ସ୍ବାଗତ କରିଥିଲେ କୁନି କୁନି ଛାତ୍ରୀ । ତାଙ୍କ ମଥାରେ ଲାଗି ଥିବା ସିନ୍ଦୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ମେଲାନିୟାଙ୍କ ମଥାରେ ଝଟକୁଛି ଲାଲ୍ ସିନ୍ଦୁର
ଏସବୁ ମଧ୍ୟରେ ସମସ୍ତଙ୍କ ନଜର ରହିଥିଲା ମେଲାନିଆଙ୍କ ମଥାରେ । ତାଙ୍କ ମଥାରେ ଝଟକୁଥିଲା ଲାଲ୍ ସିନ୍ଦୁର । ଆଉ ଏହି ଲାଲ ସିନ୍ଦୁରରେ ବେଶ୍ ଆର୍କଷଣୀୟ ଲାଗୁଥିଲେ ମେଲାନିଆ । ତାଙ୍କ ସୁନ୍ଦରତାକୁ ଚାର ଚାନ୍ଦ ଲଗାଉଥିଲା ମଥାର ସିନ୍ଦୁର । ଗତକାଲି ପରି ଆଜି ମଧ୍ୟ ତାଙ୍କ ପୋଷାକରେ ଦେଶୀୟ ଛାପ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ଆଜି ଟ୍ରମ୍ପ ଦମ୍ପତି ପ୍ରଥମେ ରାଷ୍ଟ୍ରପତି ଭବନ ଗସ୍ତ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହାପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉଭୟ ।