ଶ୍ରୀନଗର: ନଜରବନ୍ଦୀରୁ ମୁକ୍ତ ହେବା ପରେ ଧାରା 370କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ଶୁକ୍ରବାର ମୋଦିଙ୍କୁ ଟାର୍ଗେଟ କରି ମେହବୁବା କହିଛନ୍ତି, ବିହାରରେ ଭୋଟବ୍ୟାଙ୍କ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧାରା 370ର ସହାୟତା ନେବାକୁ ପଡୁଛି । ମୋଦି ବାସ୍ତବିକ ସମସ୍ୟା ଉପରେ ଆଲୋଚନା କରୁନଥିବା କହିଛନ୍ତି ମେହବୁବା ।
ମେହବୁବା କହିଛନ୍ତି, କେନ୍ଦ୍ରସରକାର ଜମ୍ମୁ ଓ କାଶ୍ମୀରରେ ଯେତେ ଯାଏଁ ଧାରା 370 ପ୍ରତ୍ୟାହାର କରିନାହାନ୍ତି, ସେତେଯାଏଁ ସେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜମ୍ମୁ ଓ କାଶ୍ମୀରରେ ଧାରା 370 ପୂନଃସ୍ଥାପନ ନହେବା ଯାଏଁ ସଂଘର୍ଷ ଜାରି ରହିବ । ମୋ ସଂଘର୍ଷ କାଶ୍ମୀର ସମସ୍ୟାର ସମାଧାନ ପାଇଁ ହେବ । ସେହିପରି ବାବ୍ରୀ ମସଜଦିଦ ଧ୍ବଂଶକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ମେହବୁବା ।